ସୁବର୍ଣ୍ଣପୁର ସହରର ରୋହିତ ନାଏକ ନିଖୋଜ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ସହରର ଘୋଡାଘାଟପଡା ଅଞ୍ଚଳର ରୋହିତ ନାଏକ(୨୩) ବର୍ଷ ନିଖୋଜ। ସେ ନିକଟରେ ମୃତ୍ୟୁ ବରଣ କରିଥିବା କଲେଜ କ୍ୟାଣ୍ଟିନ ମାଲିକ ଦିଲିପ ନାଏକ ଙ୍କ ପୁତ୍ର ଅଟନ୍ତି। ଏ ନେଇ ଟାଉନଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅନୁସନ୍ଧାନ ଜାରି ରଖିଛି। ଘଟଣାରୁ ପ୍ରକାଶ ଯେ ସେ ବୁଧବାର ଦିନ କଲେଜ କ୍ୟାଣ୍ଟିନ ରୁ ଅପରାହ୍ନ ୩.୩୦ ରେ ଘରକୁ ଫେରିବା ପରେ ସ୍କୁଟି ନଂ OD31J-4600 ନେଇ ଘରୁ କୁଆଡେ ପଳେଇଥିଲେ। ଘର ଲୋକେ ବହୁତ ଖୋଜାଖୋଜି ପରେ କାଲି ସକାଳୁ ସ୍କୁଟି ଟି ଜିଲ୍ଲା ର ଉଲୁଣ୍ଡା ବ୍ଲକ ପାତାଳୀ ଶ୍ରୀକ୍ଷେତ୍ର ଠାରେ ଠାବ ହୋଇଥିଲା। କିନ୍ତୁ ରୋହିତ ଙ୍କ କୌଣସି ପତ୍ତା ମିଳୁ ନ ଥିବା ଅଭିଯୋଗ କରି ଥାନା ର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକେ। ସ୍ଥାନୀୟ ଅଞ୍ଚଳ ର ମଧ୍ୟ ଶହ ଶହ ଲୋକ ପାତାଳୀ ପାହାଡ ଅଞ୍ଚଳରେ ଖୋଜାଖୋଜି କରି ପାଇ ନ ଥବା ଜଣାପଡ଼ିଛି। ପରେ ଥାନା ପକ୍ଷରୁ ତାଙ୍କ ମୋବାଇଲ ଟ୍ରାକ କରାଯିବାରୁ ତାହା ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଞ୍ଚଳ ରେ ଠାବ ହୋଇଥିଲା ବେଳେ ସେଠାରେ ସ୍ଵିଚ ଅଫ ହୋଇଥିବା ତାଙ୍କ ଭାଇ ପ୍ରକାଶ କରିଛନ୍ତି। ସେଠାରେ ମଧ୍ଯ ସେମାନେ ପୋଲିସ ସହାୟତାରେ ବହୁତ ଖୋଜାଖୋଜି କରିଥିବା ବେଳେ ପାଇ ନ ଥିଲେ। ଆଜି ଡିଏଫଓ ମଦନ ଲାଲ୍ ଶର୍ମା ଙ୍କ ତତ୍ତ୍ଵାବଧାନରେ ଜଙ୍ଗଲ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବରେ ଡ୍ରୋନ ସହାୟତାରେ ପାତାଳୀ ପାହାଡ ତଥା ଜଙ୍ଗଲ ରେ ଖୋଜାଖୋଜି କରାଯିବା ନେଇ ସୂଚନା ମିଳିଛି। ସେପଟେ ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କର ସନ୍ଧାନ ପାଆନ୍ତି ନିକଟସ୍ଥ ଥାନା କିମ୍ବା 7978657943 ସୌରଭ ମହାନ୍ତି, 7008509767 ରିତିକ ନାଏକ ଏବଂ 9937218992 ପ୍ରଫୁଲ୍ଲ ନାଏକଙ୍କ ସହିତ ଯୋଗାଯୋଗ କରିବା ପାଇଁ ଟାଉନଥାନା ପୋଲିସ ଏବଂ ତାଙ୍କ ପରିବାର ଲୋକେ ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.