ରେଙ୍ଗାଲବାହାଲରେ ୨୪ ପ୍ରହର ନାମଯଜ୍ଞ ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ପଞ୍ଚାୟତ ରେଙ୍ଗାଲବାହାଲ ଗାଁରେ ୨୪ ପ୍ରହର ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି | ନାମଯଜ୍ଞ ମଙ୍ଗଳବାର ଆରମ୍ଭ ହୋଇ ଶୁକ୍ରବାର ଯାଏ ଚାଲିଥିଲା | ଶେଷ ଦିବସରେ ସଂକୀର୍ତ୍ତନ୍ୟ ଦଳ ଗାଁରେ ନଗର କୀର୍ତ୍ତନ କରିଥିଲେ | ଗୋବିନ୍ଦ ଶତପଥି, ସୁଦାମ ଶତପଥି ପୂଜକ, ଭବାନୀଶଙ୍କର ପାଣିଗ୍ରାହୀ ଜପକ, ବିଶିକେଶନ ପଟେଲ, ପିରବତୀ ପଟେଲ କର୍ତ୍ତା ରହିଥିଲେ | ପ୍ରତି ରାତ୍ରରେ ଦଣ୍ଡନୃତ୍ୟ, ମେଲୋଡି, ଭଜନ ସନ୍ଧ୍ୟା, ନାଟକ, ସଂଚାର ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଳ ବୁଡ଼େକ, କମିଟି ସଭାପତି ରାଧେଶ୍ୟାମ ପଟେଲ, ସମ୍ପାଦକ ପୃଥ୍ଵୀରାଜ ପଟେଲ, ସଦସ୍ୟ କୁଞ୍ଜବିହାରୀ ଭୁଏ, ମୁକୁନ୍ଦ ଭୋଇ, ଉଜଲ ପଟେଲ, ନରୋତ୍ତମ ବାଗ, ଜଗନ୍ନାଥ ରାଉତ, ଅନ୍ତର୍ଯ୍ୟାମୀ ଭୋଇ, ଉପେନ୍ଦ୍ର ପଟେଲ, ଟିକେଶନ ପଟେଲଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.