ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ତହସିଲ ଅଫିସ ସାମ୍ନାରେ ରହିଥିବା ବରିଷ୍ଟ ବ୍ୟବସ୍ୟାୟି କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ଗତ ୧୦ ତାରିଖରେ ମୃତ୍ୟୁ ହୋଇଥିଲା | ତାଙ୍କ ମୃତ୍ୟୁରେ ପରିବା ବ୍ୟବସାୟୀ ସଙ୍ଘ ତରଫରୁ ସମ୍ପୁର୍ଣ୍ଣ ଭାବେ ବଜାର ବନ୍ଦ କରିବା ସହିତ ତାଙ୍କ ଅନ୍ତିମ ସଂସ୍କାରରେ ସମସ୍ତ ବ୍ୟବସ୍ୟାୟୀମାନେ ସହଯୋଗ କରିଥିଲେ | ୬୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇ ଥିଲା | ମୃତ୍ୟୁ ଶଯ୍ୟା ସମୟରେ ତାଙ୍କ ପତ୍ନୀ ବସନ୍ତ କୁମାରୀ ପଣ୍ଡା, ପୁଅ ସିମାଞ୍ଚଳ ପଣ୍ଡା, ଦୁଇ ଝିଅ ଓ ଜୋଇଁ ତାରିଣୀ ପ୍ରଭା ପାଣିଗ୍ରାହୀ, ବଡ଼ ଜୋଇଁ ସାଇବ ପାଣିଗ୍ରାହୀ, ସାନ ଝିଅ ନଳିନୀ ପ୍ରଭାମହାପାତ୍ର, ଯୋଇଁ ଶ୍ୟାମ ସୁନ୍ଦର ମହାପାତ୍ର, ଏବଂ ନାତି, ନାତୁଣୀ, ବନ୍ଧୁ ପରିଜନ, ଆତ୍ମୀୟ ସ୍ୱଜନ, ଉପସ୍ଥିତ ଥିଲେ | କୃଷ୍ଣ ପଣ୍ଡା ଜଣେ ସତ୍ୟନିଷ୍ଟ ବ୍ୟକ୍ତି ଥିଲେ | ଆଜି ତାଙ୍କ ଦ୍ୱାଦଶାହ ଦିବସରେ ଉପସ୍ଥିତ ବନ୍ଧୁବର୍ଗ, ଆତ୍ମୀୟ ସ୍ୱଜନ, ବ୍ୟବସାୟୀ ଭାଇ ମାନେ ଦିବଗନ୍ତ ବ୍ୟକ୍ତିଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ |