ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ରେଙ୍ଗାଲ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଭାଷା ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉମାଶଙ୍କର ଦୀପ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଭଇଁରି ପାଲି ଗ୍ରାମ ପଞ୍ଚାୟତ ର ପୁର୍ବତନ ସରପଞ୍ଚ କୁଞ୍ଜବିହାରୀ ସମ୍ମାନିତ ଭାବରେ ଯୋଗଦେଇ ଥିଲେ।ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ବଡ କର୍ଲାକୋଟ ସାଧନା କେନ୍ଦ୍ର ର ସଂଯୋଜକ ସିଦ୍ଧାର୍ଥ ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଭଇଁରି ପାଲି ଗ୍ରାମ ପଞ୍ଚାୟତ ପୁର୍ବତନ ସରପଞ୍ଚ କୁଞ୍ଜବିହାରୀ ରାଉତ, ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ଇଂରାଜୀ ଶିକ୍ଷକ କୁଞ୍ଜବିହାରୀ ଦାସ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା ତଥା ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ୨୮ ଗୋଟି ରାଜ୍ୟ ର ବିଭିନ୍ନ ଭାଷାଭାଷୀ ବେଶ ପୋଷାକ ପରିଧାନ କରି ଭାଷା ର ପ୍ରସାର କରିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବକୃତା ପ୍ରତିଯୋଗୀତା ଆୟୋଜନ କରିବା ସହିତ ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗର୍ବ ଓ ଗୋୖରବ ଆଣିଥିବା ମହାପୁରୁଷ ମାନଙ୍କ ଉଦ୍ଦେଶ୍ୟରେ ପୁଷ୍ପମାଲ୍ୟ ତଥା ସାମ୍ବିଧାନିକ ପ୍ରସ୍ତାବନା ପାଠ ଭାଷା ପ୍ରତି ଆନୁଗତ୍ୟ ଶପଥ ପାଠ ପ୍ରାର୍ଥନା ସଭାରେ ପଦ୍ୟ ଆବୃତ୍ତି ଏବଂ ଉତ୍କଳ ସଙ୍ଗୀତ ଗାନ କରାଯାଇଥିଲା। ସ୍ଵତନ୍ତ୍ର ଭାବେ ୨୦୨୪-୨୫ ଶିକ୍ଷା ବର୍ଷରେ ପ୍ରାଚୀର ପତ୍ର ଉନ୍ମୋଚିତ ହୋଇଥିଲା। ଶିକ୍ଷକ ରଞ୍ଜନ ବରିହା,ଶଶି ଦଳପତି, ଧରିତ୍ରୀ ଦାସ, ଦିବ୍ୟସେନି ଦୁର୍ଗା, ଉଦ୍ଧବ ବାଗ ପ୍ରମୁଖ ଏହି କାର୍ଯ୍ୟକ୍ରମ ଟି କୁ ସହଯୋଗ କରିଥିଲେ।