ଶାସ୍ତ୍ରୀ ନଗର ଠାରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୈାଡ): ଆଜି ବଲାଙ୍ଗିର ଶାସ୍ତ୍ରୀ ନଗର, ଆୟୁସ୍ମାନ ଆରୋଗ୍ୟ ମନ୍ଦିର ଆନୁକୂଲ୍ୟରେ ସ୍ଥାନୀୟ ଶାସ୍ତ୍ରୀ ନଗର ପାଠାଗାର ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସାଧାରଣ ସ୍ୱାସ୍ଥ୍ୟ ଯାଞ୍ଚ ଓ ଶିବିରର ଆୟୋଜନ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଯୋଗ ଓ ପ୍ରାଣାୟାମ ପାଇଁ ପରାମର୍ଶ, ମାଗଣା ଔଷଧ ବଣ୍ଟନ, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଇତ୍ୟାଦି ଆୟୋଜନ କରାଯାଇଥିଲା। ଉକ୍ତ ଶିବିରରେ ସ୍ଵାସ୍ଥ୍ୟନୁଷ୍ଠାନ ର ମେଡିକାଲ ଅଫିସର ଡ଼ା ସତ୍ୟ ନାରାୟଣ ସାହୁ, ଫିଜିଓଥାରାପିସ୍ଟି ଇପ୍ସିତା ମହାନ୍ତି, ଫାର୍ମାସିଷ୍ଟ ରୋନି ବଗର୍ତି, ଲେବ ଟେକନିସିଆନ ନିକୁଞ୍ଜ ବିହାରୀ, ଷ୍ଟାଫ ନର୍ସ ଦିଦି ମାମି ସିଂଦେଓ, ମୋନିକା ନନ୍ଦ, ସଂଯୋଜକ ଖୁସିରାମ ସୁନା ଇତ୍ୟାଦି ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରିଥିଲେ। ଏହି ଅବସରରେ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନର ଅତିରିକ୍ତ ମ୍ୟାନେଜର, ଏପିଏମ ଶ୍ରୀଯୁକ୍ତ ରାମାନୁଜ ପଣ୍ଡା ବରିଷ୍ଠ ନାଗରିକଙ୍କୁ ସମାଜର ପ୍ରତିଟି ସ୍ତରରେ ଓ କ୍ଷେତ୍ରରେ ସମ୍ମାନ ଦେବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ବରିଷ୍ଠ ନାଗରିକ ଆମ ସମାଜର ଗୁରୁତ୍ୱପୂର୍ଣ ଅଙ୍ଗ ଓ ପଥ ପ୍ରଦର୍ଶକ। ସେମାନଙ୍କ ସୁରକ୍ଷା ତଥା ସୁସ୍ଥ ଓ ନିରାମୟ ଜୀବନ ଆମ ସମାଜ ନିମନ୍ତେ ଅତୀବ ଗୁରୁତ୍ୱପୂର୍ଣ। ଏହି ଶିବିର ର ସଠିକ ପରିଚାଳନା ପାଇଁ ନେସନାଲ ପିସ ୟୁନିସନର ନିର୍ଦେଶକ ଓ ଚେୟାରମ୍ୟାନ ଶ୍ରୀ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୁଜାରୀ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.