ଜ୍ୟୋତି କଳସ ଜ୍ଞାନ ରଥକୁ ନର୍ଲାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ଭଗବତୀ ଦେବୀଙ୍କ ଜନ୍ମ ଶତାବ୍ଦୀ ୨୦୨୬ ଉପଲକ୍ଷେ ରଥ ଭ୍ରମଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭଗବତୀ ଦେବୀଙ୍କ ଜନ୍ମ ଶତାବ୍ଦୀ ପୁର୍ତ୍ତି ୨୦୨୬ ଉପଲକ୍ଷେ ଶାନ୍ତିକୁଞ୍ଜ ହରିଦ୍ୱରରୁ ଜ୍ୟୋତି କଳସ ନେଇ ଜାନୁୟାରୀ ୧ ରୁ ସୁଶୋଭିତ ରଥ ବାହାରି ସାରା ଦେଶ ପରିକ୍ରମା କରୁଛି। ଓଡ଼ିଶାରେ ରଥ ପରିକ୍ରମା କରିବା ମଧ୍ୟରେ ଗାୟତ୍ରୀ ସମନ୍ୱୟ ସମିତିର ଜିଲ୍ଲା ସଂଯୋଜକ ତପନ କୁମାର ସାହୁଙ୍କ ନେତୃତ୍ଵରେ ଗତ ୨୨ / ୨ ଗୋହୀରାପଦରରୁ ରଥ ନର୍ଲା ଶିବ ମନ୍ଦିରରେ ଅପରାହ୍ନରେ ଆସି ପହଞ୍ଚିବା ପରେ ଏହାକୁ ବନ୍ଦାପନା କରି ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଗ୍ରାମବାସୀ। ଏହାପରେ ଅପରାହ୍ନ ୫ ଟା ବେଳେ ସର୍ଗିଗୁଡା ପ୍ରହରୀ ମଣ୍ଡପରେ ଆସି ପହଞ୍ଚିଥିଲା। ଜ୍ୟୋତି କଳସକୁ ଲୋକେ ଭବ୍ୟ ସ୍ୱାଗତ ଜଣାଇ ପୂଜାପାଠ କରିଥିଲେ। ଏହାପରେ ନର୍ଲାରୋଡ ଦୁର୍ଗା ମଣ୍ଡପରେ ରଥ ପହଞ୍ଚି ସେଠାରେ ରାତ୍ରୀ ରହଣୀ କରି ଦୀପଯଜ୍ଞ ଓ ଜ୍ଞାନଯଜ୍ଞ କରିଥିଲେ ସ୍ଥାନୀୟ ପ୍ରଜ୍ଞା ମଣ୍ଡଳ ବାହିନୀ। ରଥ ପରିକ୍ରମାର ବିଶେଷ କାର୍ଯ୍ୟକ୍ରମ ଓ ଉଦ୍ଦେଶ୍ୟ ଭାବରେ କାମ ଦେବ ସ୍ଥାପନା, ଗୋଷ୍ଠି ନିର୍ମାଣ, ମହିଳା ମଣ୍ଡଳ, ଯୁବ ମଣ୍ଡଳ ଗଠନ, ବାଲ ସଂସ୍କାର ଓ ଅନ୍ୟାନ୍ୟ ସଂସ୍କାର ମଧ୍ଯ ସମ୍ପାଦିତ ହେଇଛି। ରଥର ରାତ୍ରୀ ରହଣୀ ସମୟରେ ଦୀପଯଜ୍ଞ ଓ ଜ୍ଞାନଯଜ୍ଞ ଅନୁଷ୍ଠିତ ହେଉଛି। ନର୍ଲା ଓ ସର୍ଗିଗୁଡା ପରିକ୍ରମା ସମୟରେ ବ୍ଲକ ସଂଯୋଜକ ଅନିଲ ଅଗ୍ରୱାଲ,ତୀର୍ଥ ବୁଦ୍ଧିଆ, ସଂଘମିତ୍ରା ସାହୁ,ସ୍ଥାନୀୟ ପ୍ରଜ୍ଞା ମଣ୍ଡଳ ସଦସ୍ୟ ଚକ୍ରଧର ସା, ଦାମୋଦର ମହାରଣା, ଜହରଲାଲ ବିଶ୍ଵାଳ, ଟୁନୁ ଗଡତିଆ,ଦେବରାଜ ବୁଦ୍ଧିଆ, ସୁଦାମ ମିଶ୍ର, ମାନସ ବେହେରା, ଫକୀର ପଟେଲ ଓ ସୁଷମା ପଟେଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.