ବୁଢୀପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୫ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଢୀପଦରର ବାର୍ଷିକ ଉତ୍ସବ ଏବଂ କ୍ରୀଡ଼ା ଉତ୍ସବ-୨୦୨୫ ଶନିବାର ଦିନ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ବଗର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାକ୍ସି ସରପଞ୍ଚ ଯେମନ୍ତ ପୋଢ, ସମ୍ମାନିତ ଅତିଥି ଭାବ ସମିତି ସଭ୍ୟ ଚୁମନ ଭୋଇ, ଶିକ୍ଷାବିତ ଗୁଣନିଧି ଧଙ୍ଗଡାମାଝୀ, ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଡୋଲେଶ୍ବର ସାହୁ, ରାକ୍ସି ହାଇସ୍କୁଲର ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ ସ୍ବାଇଁ, ଗ୍ରାମର ବରିଷ୍ଠ ନାଗରିକ ଜଗନ୍ନାଥ ଧଙ୍ଗଡାମାଝୀ, ଅବସରପ୍ରାପ୍ତ ଶିକ୍ଷକ ଅନାଦି ଗିରି, ଏସଏମସି ସଭାପତି ସୁରେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ରହି ଉତ୍ସବର ଶୁଭ ଉଦଘାଟନ କରିଥିଲେ। ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସିଆରସିସି ଜଗଦୀଶ ଚନ୍ଦ୍ର ସାହୁ, ରାକ୍ସି ସରପଞ୍ଚ ଯେମନ୍ତ ପୋଢ, ପୂର୍ବତନ ସରପଞ୍ଚ ବିଜୟ ଧଙ୍ଗଡାମାଝୀ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତା ଓ କ୍ରୀଡ଼ା ଉତ୍ସବର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପୂରାତନ ଛାତ୍ର ତଥା ଯୁବ ନେତା ବିଜୟ କୁମାର ଧଙ୍ଗଡାମାଝୀ, ରାକ୍ସି ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଶଙ୍କର୍ଷଣ ଗୈାଡ, ବିଦ୍ୟାଳୟର ଶିକ୍ଷକ ସ୍ବରାଜ ସାମନ୍ତରାୟ ଓ ରାକ୍ସି ହାଇସ୍କୁଲର ସହ ଶିକ୍ଷକ ରଜନୀକାନ୍ତ ବିଶ୍ବାଳଙ୍କୁ ସ୍ବତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ ଗାୟଶ୍ରୀ ଭୋଇ ବିବରଣୀ ପଠନ କରିଥିବାବେଳେ ଶିକ୍ଷୟତ୍ରୀ ସତ୍ୟଭାମା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.