ଚିତ୍ରଗୁପ୍ତ ଦେବଙ୍କ ରଥକୁ ବିଭିନ୍ନ ସ୍ଥାନରେ ସ୍ବାଗତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆସନ୍ତା ୨୭ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ସ୍ଥିତ କଳାହାଣ୍ଡି କରଣ ସମାଜ କଲ୍ୟାଣ ମଣ୍ଡପ (ଅଗ୍ରସେନ ଭବନ) ନିକଟରେ ନୂତନ ଭାବେ ନିର୍ମିତ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ମନ୍ଦିର ଏବଂ ବିଗ୍ରହ ପ୍ରାଣପ୍ରତିଷ୍ଠା ହେବାକୁ ଯାଉଛି। ଏହିକ୍ରମରେ ଚିତ୍ରଗୁପ୍ତ ଦେବଙ୍କ ଏକ ସୁସଜିତ ରଥ କରଣ ସମାଜର ବସବାସ କରୁଥିବା ବିଭିନ୍ନ ଗ୍ରାମକୁ ପରିକ୍ରମା କରିଛି। ଶନିବାର ଏହି ରଥ କୋକସରା ବ୍ଲକର ରେଙ୍ଗାଲପାଲି, ଝରିଆଗୁଡା, ପାଣିଗାଁ, ଆମପାଣି, କେନ୍ଦୁଡ଼ଙ୍ଗରୀ, ଲାଡୁଗାଁ, ଚିକିଲି, ଦାବ୍ରିଗୁଡା, କୋକସରା ଆଦି ଗାଁ ଗୁଡିକକୁ ପରିକ୍ରମା କରିଥିବାବେଳେ କରଣ ସମାଜର ପ୍ରତ୍ୟେକ ଗ୍ରାମରେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ମାନେ ରଥକୁ ସ୍ୱଗତ କରିଥିଲେ। ଆଞ୍ଚଳିକ କରଣ ସମାଜର ସଭାପତି ସହଦେବ ପଟ୍ଟନାୟକ, ସମ୍ପାଦକ ନାରାୟଣ ପଟ୍ଟନାୟକ, ପିତାମ୍ବର ପଟ୍ଟନାୟକ, ଯତୀନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ତୁଳସୀ ରାମ ପଟ୍ଟନାୟକ, ଅରବିନ୍ଦ ପଟ୍ଟନାୟକ, ଲଷ୍ମୀକାନ୍ତ ପଟ୍ଟନାୟକ, ମୁକୁନ୍ଦ ପଟ୍ଟନାୟକ, ରାମକୃଷ୍ଣ ପଟ୍ଟନାୟକ, ଘନଶ୍ୟାମ ପଟ୍ଟନାୟକ, ଚିତ୍ତରଞ୍ଜନ ମହାନ୍ତି, ବସନ୍ତ ପଟ୍ଟନାୟକ, ଅଜିତ ପଟ୍ଟନାୟକ, ନାରାୟଣ ପଟ୍ଟନାୟକ, ପରେଶ କୁମାର ପଟ୍ଟନାୟକ, କିଶନ ପଟ୍ଟନାୟକ ପ୍ରମୁଖ ରଥ ସହିତ ପରିକ୍ରମା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.