ଘଣ୍ଟିଗୁଡା ଗଡ ଲାଇକ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ପୁଝାରୀଗୁଡା ଚମ୍ପିୟାନ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ଘଣ୍ଟିଗୁଡା ଗଡ଼ ଲାଇକ କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଘଣ୍ଟେଶ୍ବର ଖେଳ ପଡିଆ ଠାରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଅଛି । ଏହି କ୍ରିକେଟ ପ୍ରତିଯୋଗିତା ଆଠଦିନ ଧରି ଚାଲିଥିବା ବେଳେ ଜୟପାଟଣା ଖଲିଆ ଭଟ୍ଟା ଏବଂ ବଡ଼ ପୁଝାରୀ ଗୁଡା ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ନିର୍ଦ୍ଧାରିତ ଆଠ ଓଭର ରେ ପୁଝାରୀ ଗୁଡା ଛଅ ୱିକେଟ ବିନିମୟରେ ୯୦ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବ ରେ ଖଲିଆ ଭଟ୍ଟା ଦଳ ନିଜର ସବୁ ୱିକେଟ୍ ହରାଇ ୭୪ ରନ୍ ସଂଗ୍ରହ କରି ପରାଜୟ ବରଣ କରିଥିବା ବେଳେ ପୁଝାରୀ ଗୁଡା ଦଳ ବିଜୟୀ ହୋଇ ଚମ୍ପିୟାନ ଟ୍ରଫି ହାତେଇବାରେ ସଫଳ ହୋଇଥିଲେ। ଏନେଇ ଆୟୋଜିତ କ୍ରିକେଟ ପ୍ରତିଯୋଗିତା ରେ ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ବଞ୍ଜରା ସମାଜ ସଭାପତି ଯଶୋବନ୍ତ ସିଂ ନାଏକ, ନକୁଳ ସନାନୀ, ଚକ୍ରଧର ନାଏକ ଯୁବ ନେତା ହିମାଚଳ ନାଏକ, ଶିକ୍ଷକ ବୁଦ୍ଦିରାମ ନାଏକ ପୁଝାରୀ ଗୁଡା ସମବାୟ ସମିତିର ସଭାପତି ଲଲିତ କୁମାର ନାଏକ, ଦୁର୍ଯୋଧନ ରାଉତ, ଅହିରାମ ରାଉତ, ତ୍ରିଲୋଚନ ନାଏକ, ରେଙ୍ଗାଲ ପାଲି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ,ମୋହନ ଲାଲ ନାଏକ ଲିଙ୍ଗରାଜ ନାଏକ, ଦିଗାମ୍ବର ସାହୁ ଭାସ୍କର ରାଉତ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି ପ୍ରତିଯୋଗିତା ରେ ଏମ୍ ପି ଆର୍ ଭାବରେ ମନୋଜ ରାଉତ ଏବଂ ଯଶ ବର୍ଣ୍ଣ ନାଏକ ନିୟୋଜିତ ଥିବାବେଳେ ସ୍କୋର ବୋର୍ଡ ରେ ଦୟାନିଧି ନାଏକ ଏବଂ ଋତୁ ନାଏକ ସହଯୋଗ କରିଥିଲେ। ଏହି ଖେଳ ଧାରା ବିବରଣୀ ହିମାଚଳ ରାଉତ ପ୍ରଦାନ କରିଥିବା ବେଳେ ହେମନ୍ତ ନାଗ ସହଯୋଗ କରିଥିଲେ। ଆୟୋଜକ କମିଟି ମଧ୍ୟରେ ଶିବ ପ୍ରସାଦ ନାଏକ, ବିରଞ୍ଚି ନାଏକ, ମାନସ ନାଏକ, କ୍ଷୀରୋଦ ଚନ୍ଦ୍ର ରାଉତ, ସୁଧିର ରାଉତ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.