ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ବିଶ୍ଵ ମାତୃଭାଷା ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଶାନ୍ତିକାନନ ଠାରେ ବିଶ୍ଵ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ପରିଷଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରି କହିଥିଲେ ଯେ ବେଳେବେଳେ ରକ୍ତରୁ ଗୋଲାପ ଫୁଟେ। ଢାକାରେ ଭାଷା ଆନ୍ଦୋଳନକାରୀଙ୍କ ଉପରେ ହୋଇଥିବା ବର୍ବରୋଚିତ କାର୍ଯ୍ୟାନୁଷ୍ଠାନର ଫଳଶ୍ରୁତି ହେଉଛି ବିଶ୍ଵ ମାତୃଭାଷା ଦିବସ।

Omkar Vasthu
Omkar Vasthu

ବରେଣ୍ୟ ବକ୍ତା ଭାବରେ ଯୋଗ ଦେଇ ବରିଷ୍ଠ ଗବେଷିକା ଡକ୍ଟର ସାନ୍ତ୍ବନା ହାଲଦାର କହିଥିଲେ ଯେ ଆମକୁ ଶିକ୍ଷିତ ହେବାକୁ ହେଲେ ନିଜର ମାତୃଭାଷା ଶିଖିବା ଅତ୍ୟନ୍ତ ଜରୁରୀ। ଅନ୍ୟତମ ବକ୍ତା ତଥା ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ନାୟକ ଶିଶୁର କୁଆଁରାବ ହିଁ ତା ପାଇଁ ମାତୃଭାଷା ବୋଲି ମତ ପ୍ରକାଶ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ସଂପାଦକ ଡକ୍ଟର ରତ୍ନାକର ସିଂହ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ। ଡକ୍ଟର ସାରଙ୍ଗଧର ତ୍ରିପାଠୀ ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିବା ବେଳେ ଯୁଗ୍ମ ସଂପାଦକ କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.