ପାଳିତ ହେଲା ବିଶିଷ୍ଟ କଥାକାର ବସନ୍ତ ଶତପଥୀଙ୍କ ଶ୍ରାଦ୍ଧଦିବସ : ନିଜ ଭିତରେ ଅନ୍ୟମାନଙ୍କୁ ଓ ଅନ୍ୟମାନଙ୍କ ଭିତରେ ନିଜକୁ ଦେଖି ପାରୁଥିଲେ ବସନ୍ତ ଶତପଥୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବସନ୍ତ ଶତପ‌ଥୀ ଥିଲେ ଜଣେ ଦରଦୀ କଥାକାର, ଯିଏ ନିଜ ଭିତରେ ଅନ୍ୟମାନଙ୍କୁ ଓ ଅନ୍ୟମାନଙ୍କ ଭିତରେ ନିଜକୁ ଦେଖି ପାରୁଥିଲେ। ସାହିତ୍ୟ ଜଗତର ଅବାଞ୍ଛିତ, ଅବହେଳିତଙ୍କୁ କ୍ରାନ୍ତିକାରୀ ଚରିତ୍ରର ମର୍ଯ୍ୟାଦା ପ୍ରଦାନ କରି ସେ ସୃଷ୍ଟି କରିଯାଇଛନ୍ତି ଅନେକ କାଳଜୟୀ ଗଳ୍ପ।

ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବିଶିଷ୍ଟ କଥାକାର ବସନ୍ତ ଶତପଥୀଙ୍କ ୩୧ ତମ ଶ୍ରାଦ୍ଧ ଦିବସ ପାଳନ ଅବସରରେ ବକ୍ତାମାନେ ଏପରି ମତପ୍ରକାଶ କରିଛନ୍ତି। ପରିଷଦ ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ଗବେଷକ ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ସୁଖ୍ୟାତ ଗାଳ୍ପିକ ଉଦୟ ନାରାୟଣ ଦାସ, ସାହିତ୍ୟିକ ଶତ୍ରୁଘ୍ନ ମଲ୍ଲିକ ବକ୍ତା ଭାବରେ ଯୋଗ ଦେଇ କଥାକାର ଶତପଥୀଙ୍କ ଗଳ୍ପ ଗୁଣାବଳୀ ବ୍ୟାଖ୍ୟା କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଂପାଦକ ଡକ୍ଟର ରତ୍ନାକର ସିଂହ ପ୍ରାକ୍ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଯୁଗ୍ମ ସଂପାଦକ କଲ୍ୟାଣୀ ନନ୍ଦ ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିଲେ। ଶେଷରେ ଡକ୍ଟର ସାରଙ୍ଗଧର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସୁରଜିତ ଶତପ‌ଥୀ, ଅଞ୍ଜଳି ପଣ୍ଡା, ସଂଜୟ ପଣ୍ଡା, ତପନ ରାୟ, ବିଷ୍ଣୁପ୍ରସାଦ ମହାନ୍ତି, ପଦ୍ମଲୋଚନ ଦତ୍ତ, ରାଜେନ୍ଦ୍ର ରାଉତ, କାଳିକିଙ୍କର, କମଳାକାନ୍ତ ନାୟକ, ପଦ୍ମଲୋଚନ ପ୍ରଧାନ, ଜୁମରନାଥ ପାତ୍ର, ଜୟନ୍ତ ହଂସରାଜ, ରମାକାନ୍ତ ମହାନ୍ତି, ଦିଲ୍ଲୀପ ରଥ, ସୁଷମା ମହାପାତ୍ର, ଜ୍ୟୋସ୍ନା ରାୟ ମିନତୀ ଦାସ, ଶାନ୍ତି ବିଶି, ବିଦ୍ୟାଧର ସାହୁ, ଡକ୍ଟର ସମରବଲ୍ଲଭ ଭୋଇ, ମାମିନା ମହାପାତ୍ର, ପୁଷ୍ପଲତା ଚକ୍ରବର୍ତ୍ତୀ, ରମେଶ ବେହେରା, ବେଣୁଧର ସାହୁ, ସୀତାନାଥ ଦାସ, ପ୍ରଶାନ୍ତ ପାଢ଼ୀ, ନିତ୍ୟାନନ୍ଦ ରାଉତ, ଅର୍ଜୁନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.