ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ପ୍ରମେୟ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ଏକ ଲମ୍ବା ସମୟ ଧରି ବରଗଡ଼ ବିକାଶ ହସ୍ପିଟାଲରେ ଫୁସଫୁସ୍ ଜନିତ ରୋଗରେ ଚିକିତ୍ସିତ ହେଉଥିଲେ। ଆରୋଗ୍ୟ ଲାଭ କରି ନିଜ ଘରକୁ ଫେରିଥିବା ବରିଷ୍ଠ ସାମ୍ବାଦିକ ତଥା ଓଜେୟୁ ଜିଲ୍ଲା ଶାଖାର ଉପଦେଷ୍ଟା ଶ୍ରୀ ରାଜକୁମାର ମାହାଣାଙ୍କୁ ଆଜି ସକାଳ ୯ ଘଣ୍ଟା ସମୟରେ ଓଡ଼ିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ର କର୍ମକର୍ତ୍ତା ଭେଟିବା ସହ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏ ଅବସରରେ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଚିକିତ୍ସା ରେ ସହାୟତା ପାଇଁ ଶ୍ରୀ ରାଜ କୁମାର ମାହାଣାଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା ଓ ଏକ ମାସ ଧରି ଡାକ୍ତରଙ୍କ ପରାମର୍ଶରେ ଘରେ ବିଶ୍ରାମରେ ଥିବା ଶ୍ରୀ ମାହାଣାଙ୍କ ଆରୋଗ୍ୟ କାମନା ସହ ସାମ୍ବାଦିକତା କାର୍ଯ୍ଯ ରେ ସକ୍ରିୟ ରହିବାକୁ ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ଠାରେ ଶୁଭ କାମନା କରିଥିଲେ। ସଂଘର ଉପଦେଷ୍ଟା ତଥା ତରଭା ବ୍ଲକର ବରିଷ୍ଠ ସାମ୍ବାଦିକ ମାନ ଭଞ୍ଜନ ମିଶ୍ର, ଅନ୍ତର୍ଯ୍ୟାମୀ ସାହୁ, କପିଳାସ ସେଠ୍, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ପାତ୍ର, ରାଜ୍ୟ ସମ୍ପାଦକ ରାଜ କିଶୋର ତ୍ରୀପାଠୀ, ସୁବର୍ଣ୍ଣପୁର ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରୀପାଠୀ, ସଂପାଦକ ମହାଦେବ ମଲ୍ଲିକ, ଉପ ସଭାପତି ଵିବେକାନନ୍ଦ ମିଶ୍ର, ରତନ ପଟ୍ଟନାୟକ, ସୋନପୁରର ଯୁବ ସାମ୍ୱାଦିକ ସୁବାଷ ଚନ୍ଦ୍ର ପଣ୍ଡା, ତରଭାର ଯୁବ ସାମ୍ୱାଦିକ ଶ୍ରୀକୁମାର ମହନ୍ତ ପ୍ରମୁଖ ଯୋଗଦେଇ ଶ୍ରୀ ମାହାଣାଙ୍କୁ ସାକ୍ଷାତ କରି ଉତ୍ସାହିତ କରିଥିବା ବେଳେ ସେ ମଧ୍ଯ ଭାବବିହ୍ବଳ ହୋଇଯାଇଥିଲେ।