ମହାବିଷ୍ଣୁ ଯଜ୍ଞ ନିମନ୍ତେ ଭୂମିପୂଜନ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସଦଗୁରୁଦେବ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ଦ୍ୱାରା ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘର ୪୨ତମ ବାର୍ଷିକ ମହାବିଷ୍ଣୁ ଯଜ୍ଞ ନିମନ୍ତେ କୋକସରା ବ୍ଲକ ସାନପୋଡାଗୁଡା ଠାରେ ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ସଂଘର ଗୁରୁଜୀ ଜଗଦାନନ୍ଦଜୀ ମହାରାଜ ଉପସ୍ଥିତ ରହି ଭୂମି କର୍ଷଣ ଓ ଶୁଭଖମ୍ବ ସ୍ଥାପନ କରିବା ସହ ଯଜ୍ଞ ଦ୍ବାରା ପରିବେଶ ସନ୍ତୁଳିତ, ପୃଥିବୀ ଶଷ୍ୟ ଶ୍ୟାମଳା ହୋଇଥାଏ ଓ ଯଜ୍ଞ ମାଧ୍ୟମରେ ସମଗ୍ର ଜୀବଜଗତରେ ଶାନ୍ତି, ମୈତ୍ରୀ ଓ ସଦଭାବ ସୃଷ୍ଟି ହୋଇଥାଏ ବୋଲି କହିଥିଲେ। ସଂଘର ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦଜୀ ବୈଦିକ ବିଧି ବିଧାନରେ ପୂଜନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶ୍ରୀ ସଦାନନ୍ଦ, ଶ୍ରୀ ଅଭୟାନନ୍ଦ, ଶ୍ରୀ ତୋଷାନନ୍ଦ, ଶ୍ରୀ ଶୋଭାନନ୍ଦ, ଶ୍ରୀ ପ୍ରେମାନନ୍ଦ ପଣ୍ଡା ସହଯୋଗ କରିଥିଲେ। କାଳୀକୃଷ୍ଣ ସଂଘର ସଭାପତି ଶ୍ରୀ ସଂଜୟ କୁମାର ପଣ୍ଡା ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସରିତା ପଣ୍ଡା ଯଜମାନ ଭାବରେ କାର୍ଯ୍ୟ ସଂପାଦିତ କରିଥିଲେ। ଆଗାମୀ ମାର୍ଚ୍ଚ ମାସର ତା.୨୮/୨୯/୩୦/୩୧ ତାରିଖରେ ମହାବିଷ୍ଣୁ ଯଜ୍ଞ ଆୟୋଜିତ ହେବା ସହ ନିଶୁଳ୍କ ସଂସ୍କାର କାର୍ଯ୍ୟକ୍ରମ, ଘୃତ ଯଜ୍ଞ,ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ, ଜଳ ଯଜ୍ଞ, ସେବା ଯଜ୍ଞ ମାନ ଅନୁଷ୍ଠିତ ହେବ। ଭୂମିପୂଜନ କାର୍ଯ୍ୟକ୍ରମରେ ମୂଖ୍ୟସଂଘ କାର୍ଯ୍ୟକର୍ତ୍ତା, ବିଭିନ୍ନ ଶାଖା ସଂଘ ଓ ଗ୍ରାମର ଶିଷ୍ୟଶିଷ୍ୟା ଓ ଶୁଭେଚ୍ଛୁ ଉପସ୍ଥିତ ରହିଥିଲେ। ସାନପୋଡାଗୁଡା ଗ୍ରାମର ଶିଷ୍ୟଶିଷ୍ୟା ଓ ଜନସାଧାରଣ ଭୂମିପୂଜନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.