ଭବାନୀପାଟଣାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ଶେଷଦେବ ସାହୁଙ୍କ ସ୍ମୃତି ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଥୁଆପଦର ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପୁର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ଶେଷଦେବ ସାହୁଙ୍କ ସ୍ମୃତିଚରଣ ସଭା ଅନୁଷ୍ଠିତ ହୋଯାଇଇଅଛି। ସୂଚନା ଅନୁଯାୟୀ ଶେଷଦେବ ଗତ ଜାନୁଆରୀ ୩୧ ଦିନ ରାତ୍ର ୧୧.୩୦ ସମୟରେ ବୁର୍ଲା ମେଡିକାଲ ଠାରେ ୭୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥଲେ। ସ୍ୱର୍ଗତ ସାହୁ ଉତ୍କେଲା ହାଇସ୍କୁଲରୁ ଶିକ୍ଷା ଲାଭ ପରେ ସମାଜସେବା ଆରମ୍ଭ କରିଥିଲେ। ୧୯୮୪-୯୦ ମସିହା ପର୍ଯ୍ୟନ୍ତ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ଥିବା ସମୟରେ କର୍ଲାପଡ଼ା ଓ ବୋର୍ଡା ମହାବିଦ୍ୟାଳୟ ପ୍ରତି ତାଙ୍କର ବିଶେଷ ଅବଦାନ ରହିଥିଲା। ୧୯୯୦ ମସିହାରେ ସେ କଳାହାଣ୍ଡି ଜିଲ୍ଲା ଜନତା ଦଳ ସଭାପତି ଥିଲେ। ୧୯୯୩ ମସିହାରେ ଥୁଆପଦର ହାଇସ୍କୁଲ ନିର୍ମାଣ, ଅନେକ ମନ୍ଦିର, ରାସ୍ତା, ପୁଷ୍କରିଣୀ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଆଖ ପାଖ ଅଞ୍ଚଳର ଅନେକ ଲୋକଙ୍କ ସୁଖ ଦୁଃଖ ରେ ଛିଡ଼ା ହୋଇ ସାହାଯ୍ୟ କରୁଥିଲେ। ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଆବାହକ ପରମେଶ୍ବର ଯାନି ସରପଞ୍ଚ ଦିଗାମ୍ବର ଲୁହା ରଘୁମଣି ଭାଟି ଗୌନ୍ତିଆ ଦୟାନିଧି ନାଏକ ଜିଲ୍ଲା ପରିଷଦ ସଭ୍ୟ ସ୍ୱର୍ଗତ ସାହୁଙ୍କ ପାଞ୍ଚ ପୁତ୍ର ସୁରେନ୍ଦ୍ର, ବିରେନ୍ଦ୍ର, ଦେବେନ୍ଦ୍ର, ଧର୍ମେନ୍ଦ୍ର ଓ ଅରବିନ୍ଦଙ୍କ ସମେତ ଭୀଷ୍ମ ସାହୁ, କୁବେର ସାହୁ, ଭାଗିରଥି ଯାନୀ, ରୋହିତ ସାହୁ, ଈଶ୍ୱର ସାହୁ, ବୃନ୍ଦା ଗଉଡ, ଭଗବାନ ଦାସ, ଶୁକ ଭୋଇ, ସନ୍ତୋଷ ରଣା, ଲକ୍ଷ୍ମଣ ସାହୁ, ପରମେ ସରାଫ, ରୋହିଦାସ ଲୁହା, ସୁରେନ୍ଦ୍ର ବେମାଲ, ବିଦ୍ୟା ଯୁଆଡ, ଗଙ୍ଗା ସାହୁ, ରବିନ ସାହୁ, ଶତାଧିକ ଅଞ୍ଚଳବାସୀ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.