ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡାର ବହୁ ପ୍ରସିଦ୍ଧ ୨୪ ପ୍ରହର ନାମଯଜ୍ଞ ପରିଚାଳନା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇ କର୍ମକର୍ତ୍ତା ଚୟନ କରାଯାଇଛି। ଗତ ବର୍ଷର ସଭାପତି ନାରାୟଣ ମାଝୀଙ୍କ ଅଧ୍ୟକ୍ଷତାରେ ନାମଯଜ୍ଞ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ମଇ ୯ ବୈଶାଖ ପୂର୍ଣ୍ଣିମାରେ ଅନୁଷ୍ଠିତ ହେବାକୁ ଥିବା ଏହି ୨୪ ପ୍ରହର ନାମଯଜ୍ଞ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା। ପରିଚାଳନା କମିଟିର ସଭାପତି ଭାବରେ ସର୍ବସମ୍ମତିକ୍ରମେ ପ୍ରଦୀପ କୁମାର ନାଏକଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବରେ ଗଜୀନ୍ଦ୍ର ମାଝୀ, ସାଧାରଣ ସମ୍ପାଦକ ଭାବରେ ନିକୁଞ୍ଜ ବିହାରୀ ନାଗ, ଯୁଗ୍ମ ସମ୍ପାଦକ ଭାବରେ ବସନ୍ତ (ବୁଲୁ) ମିଶ୍ର ଓ କୋଷାଧ୍ୟକ୍ଷ ଭାବରେ ମାନସ କୁମାର ସା ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ଚଳିତ ବର୍ଷ ନାମଯଜ୍ଞ କର୍ତ୍ତା ଭାବରେ ସୁନୀତା ନାଏକ ଓ ସଞ୍ଜୟ କୁମାର ନାଏକ ଦମ୍ପତିଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବରେ ଜହରଲାଲ ବିଶ୍ୱାଳ, ଗିରିଧାରୀ ଗଉଡ, ଗୌରଚନ୍ଦ୍ର ବେହେରା, କୁମୁଦଚନ୍ଦ୍ର ନାଏକ, ଭୀକାରୀ ଚରଣ ପୋଢ, ପ୍ରଫୁଲ୍ଲ କୁମାର ନାଗ, ବୀରକିଶୋର ମାଝୀ, କଲ୍ୟାଣ କୁମାର ସାହୁ, ବିରଞ୍ଚି ମାଝୀ, ଲିଙ୍ଗରାଜ ମିଶ୍ର, ଉଗ୍ରେସନ ଗଉଡଙ୍କ ସମେତ ୨୧ ଜଣ ସଦସ୍ୟଙ୍କୁ ନିଆଯାଇଥିଲା। ଏହି ବୈଠକରେ ସର୍ଗିଗୁଡା ଗ୍ରାମବାସୀ ବୃନ୍ଦ, ଜୟଦୁର୍ଗା ସ୍ପୋର୍ଟିଂ କ୍ଲବର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।