ଶାନ୍ତି ଶୃଙ୍ଖଳାର ସହ ନର୍ଲାରେ ଚାଲିଛି ମ୍ୟାଟ୍ରିକ ପରୀକ୍ଷା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହିତ ମ୍ୟାଟ୍ରିକ ପରୀକ୍ଷା ଚାଲିଥିବା ଜଣାପଡିଛି । ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ସୂର୍ଯ୍ୟଦେବ ବାଗ ପ୍ରମୁଖ ବିଭିନ୍ନ ଜୋନର ଦାଇତ୍ୱରେ ରହି ପରୀକ୍ଷା ପରିଚାଳନା କରୁଥିବା ଜଣାପଡିଛି । ଚଳିତ ବର୍ଷ ନର୍ଲା ଅଞ୍ଚଳର ୧୦ ଗୋଟି କେନ୍ଦ୍ରରେ ୨୯ ଗୋଟି ହାଇସ୍କୁଲର ୧୪୪୮ ଜଣ ପରୀକ୍ଷାର୍ଥି ପରୀକ୍ଷା ଦେଉଥିବା ସୂଚନା ମିଳିଛି । ହେଲେ ଶୁକ୍ରବାର ପରୀକ୍ଷାର ପ୍ରଥମ ଦିନରେ ୪ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବେଳେ ସୋମବାର ୫ ଜଣ ଅନୁପସ୍ଥିତ ରହିଥିବା ଜଣାପଡିଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି ଟିଭି କ୍ୟାମେରା ଲାଗିଥିବାରୁ ଏଥରକ ଶୃଙ୍ଖଳିତ ଭାବରେ ମ୍ୟାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେଉଛି । ନର୍ଲା କେନ୍ଦ୍ରରେ ୧୫୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ଜଣାପଡିଛି । ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସ ସୁପରିଟେଣ୍ଡେଣ୍ଟ ଦାଇତ୍ୱରେ ରହିଥିବା ବେଳେ ୨୬ ଜଣ ଷ୍ଟାଫ ବିଭିନ୍ନ ଦାଇତ୍ୱରେ ରହି ପରୀକ୍ଷା ପରିଚାଳନା କରୁଛନ୍ତି । ଆସନ୍ତା ୭/୩ ରେ ମ୍ୟାଟ୍ରିକ ପରୀକ୍ଷା ସମାପନ ହେବ ବୋଲି ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.