ତୁଳାପଡାରେ ଧନୁଯାତ୍ରା ମହୋତ୍ସବ: କଂସ ରାଜୁତିରେ ଥରହର ମଥୁରା କଟକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ତୁଳାପଡାରେ ଏବେ ଚାଲିଛି ମହାପ୍ରତାପୀ, ମହାପରାକ୍ରମୀ ଦାନବରାଜ କଂସଙ୍କ ରାଜୁତି। ମଥୁରା କଟକ ପାଲଟିଛି ତୁଳାପଡା। ଶିବରାତ୍ର ଉପଲକ୍ଷେ ତୁଳାପଡା ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଲାଗିଛି ଧନୁଯାତ୍ରା। ପ୍ରତିଦିନ ମହା ପ୍ରତାପି କଂସ ମହାରାଜ ତୁଳାପଡା ଆଖପାଖ ଅଞ୍ଚଳ ବୁଲି ବୁଲି ଶାସନ ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପରଖୁଛନ୍ତି। ତୁଳାପଡା ଗ୍ରାମ ଶିବରାତ୍ର ପାଳନ କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ତୁଳାପଡାରେ ପରିଚାଳିତ ହେଉଛି ଧନୁଯାତ୍ରା। ପ୍ରତ୍ୟହ ସଂଧ୍ୟା ୫ ଟା ବେଳେ କଂସ ମହାରାଜ ସୁସଜ୍ଜିତ ରଥରେ ନଗର ପରିକ୍ରମା କରୁଥିବା ବେଳେ ରାତ୍ର ୮ ଘଣ୍ଟା ସମୟରେ କଂସ ଦରବାର ଲାଗୁଛି। କଂସ ମହାରାଜ ମଥୁରା କଟକର ମହାମନ୍ତ୍ରୀ, ସେନାପତି, ସହଯୋଗୀ ଓ ଚାର ମାନଙ୍କୁ ନେଇ ରାଜ ଦରବାରରେ ସମୀକ୍ଷା କରୁଛନ୍ତି ଅଞ୍ଚଳର ସ୍ଥିତି। ମହାଶିବରାତ୍ରୀ ପୂଜା କମିଟି ସଭାପତି ସମୀର ପଧାନ, ସମ୍ପାଦକ ଆଶୁତୋଷ ଷଢଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବରିଷ୍ଠ ସଦସ୍ୟ ମନମୋହନ ନାୟକ, କିଶୋରଚନ୍ଦ୍ର ତ୍ରୀପାଠୀ, ଜତୀନ୍ଦ୍ର ନାୟକ, ସନ୍ତୋଷାନନ୍ଦ ନାୟକ ଓ ଅନ୍ୟମାନେ ସହଯୋଗ କରୁଥିବା ବେଳେ ଯାଦବ ପଧାନ ମଞ୍ଚ ପରିଚାଳନା କରିଥିଲେ। ଫେବୃୟାରୀ ୨୦ ରୁ ଏହି ଧନୁଯାତ୍ରା କାର୍ଯ୍ୟକ୍ରମ ଚାଲି ଆସୁଥିବା ବେଳେ ୨୪ ରେ ଏହା ସମପାନ ହୋଇଯାଉଛି। ୨୩ ରାତି କଂସ ଦରବାରରେ ରାଜ ଅତିଥି ଭାବରେ ଉସ୍ତାଦ ବିସମିଲ୍ଲା ଖାଁ ଯୁବପୁରସ୍କାର ପ୍ରାପ୍ତ ବିଶିଷ୍ଟ କଣ୍ଠ ଶିଳ୍ପି ସର୍ବେଶ୍ୱର ଭୋଇ, ନର୍ଲା ଜିଲ୍ଲାପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ବାଗପୁର ସରପଞ୍ଚ ଗୋପାଳ ହାତୀ, ଯୁବ ସମାଜସେବୀ ମିଲନ କୁମାର ଭୋଇ ପ୍ରମୁଖ ଅତିଥି ଭାବରେ ମଞ୍ଚାସୀନ ଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବିନକାର ଗୋପାଳ ଦାସ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ତାଙ୍କ ସହଯୋଗୀ ମାନେ ମନ୍ତ୍ରୀ, ସେନାପତି ଓ ଚାର ଭୂମିକା ନିର୍ବାହନ କରିଥିଲେ। ସୋମବାର ଶେଷ ରଜନୀରେ କଂସବଧ ସାଙ୍ଗକୁ ଧନୁଯାତ୍ରାର ପରିସମାପ୍ତି ଘଟିବ ବୋଲି ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.