ଭବାନୀପାଟଣାର ଲକ୍ଷ୍ମୀ ବିକାଶ ଡିଗ୍ରୀ କ୍ୟାମ୍ପସରେ ଭି ଫେଷ୍ଟ-୨୦୨୫ ମହା ସମାରୋହରେ ହେଲା ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସ୍ଥିତ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ର ଡିଗ୍ରୀ କ୍ୟାମ୍ପସ ପରିସରରେ ଭିଫେଷ୍ଟ ୨୦୨୫ ନାମରେ ଜଣାଶୁଣା ତିନି ଦିନିଆ ବାର୍ଷିକ ଟେକ୍ ଫେଷ୍ଟ, ଗତ ୨୩ ଫେବୃୟାରୀ ଭବାନୀପାଟଣାର ବିକାଶ ଡିଗ୍ରୀ କ୍ୟାମ୍ପସରେ ପ୍ରବଳ ଉତ୍ସାହର ସହିତ ଉଦ୍ଘାଟିତ ହୋଇଯାଇଅଛି। ଯେଉଁଥିରେ ଛାତ୍ର ଛାତ୍ରୀ, ଅଧ୍ୟାପକ ଏବଂ ସମ୍ମାନିତ ବ୍ୟକ୍ତିମାନେ ଏକତ୍ରିତ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଦୟାମୟ ପାଢୀ, ଓଏଏସ୍, ପ୍ରକଳ୍ପ ନିର୍ଦ୍ଦେଶକ, କଳାହାଣ୍ଡି, ଡକ୍ଟର ଏଲ୍.ପି. ପଣ୍ଡା, ସହକାରୀ ପ୍ରଫେସର ଏବଂ ଷ୍ଟାର୍ଟଅପ୍ ମୁଖ୍ୟ, ସରକାରୀ ଇଞ୍ଜିନିୟରିଂ କଲେଜ, କଳାହାଣ୍ଡି ଏବଂ ଅନ୍ୟ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ନିର୍ଦେଶକ, ଡି. ଶ୍ୟାମ, ଡି. ରାମ କୁମାର (ନିର୍ଦ୍ଦେଶକ,ଭିଜିଆଇ), ଡି. ବିଜୟା (ଶିକ୍ଷା ପ୍ରଭାରୀ, ଭିଜିଆଇ), ଏବଂ ଡି. ପଦ୍ମିନୀ (ପରିଚାଳନା କମିଟି ସଦସ୍ୟା, ଭିଜିଆଇ) ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ଏକ ଇଣ୍ଡୋର୍ କ୍ରୀଡା କମ୍ପ୍ଲେକ୍ସକୁ ଉଦ୍ଘାଟିତ କରା ଯାଇଥିଲା। ପ୍ରଥମ ଦିନରେ ପୋଷ୍ଟର ଉପସ୍ଥାପନା, ପାୱାରପଏଣ୍ଟ ଉପସ୍ଥାପନା, ମଡେଲ ପ୍ରଦର୍ଶନୀ ଏବଂ ଷ୍ଟାର୍ଟଅପ୍ ପିଚ୍ ସମେତ ଅନେକ ପ୍ରତିଯୋଗିତା ହୋଇଥିଲା, ଯାହା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ନବସୃଜନ ଏବଂ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା। ସନ୍ଧ୍ୟାରେ ପ୍ରସିଦ୍ଧ ସମ୍ବଲପୁରୀ ଗାୟକ ଅମର ଦାଶଙ୍କ ଦ୍ୱାରା ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯକ୍ରମ ପ୍ରଦର୍ଶନ କରାଯାଇଥିଲା, ଯାହା ଫେଷ୍ଟକୁ ଏକ ସାଂସ୍କୃତିକ ସ୍ପର୍ଶ ଦେଇଥିଲା। ଏହି ଅବସରରେ ଆଇଆଇଟି ହାଇଦ୍ରାବାଦରେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେବାକୁ ଚୟନ ହେଇଥିବା ଛାତ୍ରଛାତ୍ରୀ ଏବଂ ଆମିଟି ବିଶ୍ୱବିଦ୍ୟାଳୟ ରାଞ୍ଚିରେ ଆଇ ଡି ଇ ବୁଟ କ୍ୟାମ୍ପରେ ସଫଳତାର ସହିତ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହିତ ସମ୍ମାନିତ କରାଯାଇଥିଲା। ଆଇଟି ଓ ମ୍ୟାନେଜମେଣ୍ଟ ବିଭାଗର ଅଧ୍ୟକ୍ଷ ଡକ୍ଟର ସୁଦୀପ୍ତ କୁମାର ଜେନା, ଡକ୍ଟର ଆଦିତ୍ୟ କୁମାର ପଟ୍ଟନାୟକ, ଅଧ୍ୟକ୍ଷ, ବିକାଶ ବିଜ୍ଞାନ ମହାବିଦ୍ୟାଳୟ; ଶ୍ରୀ ଯୁବରାଜ ନାୟକ, ଅଧ୍ୟକ୍ଷ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ; ଆରତୀ ମିଶ୍ର, ଅଧ୍ୟକ୍ଷା, ବିକାଶ ଆବାସିକ ଉଚ୍ଚ ବିଦ୍ୟାଳୟ; ଉପାଧ୍ୟକ୍ଷ ନାରାୟଣ ମହାନ୍ତି; ମହାପ୍ରବନ୍ଧକ ଗୁପ୍ତେଶ୍ୱର ଖୁଣ୍ଟିଆ; ଏବଂ ପିଆରଓ ଅମୀୟ ମହାନ୍ତିଙ୍କ ମିଳିତ ପ୍ରଚେଷ୍ଟାରେ ଅନୁଷ୍ଠାନଟି ସଫଳ ହେଇଥିଲା। ସେହି ଭଳି ଦ୍ୱିତୀୟ ଦିନର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭଲିବଲ, ଖୋ ଖୋ, ବ୍ୟାଡମିଣ୍ଟନ, କବାଡି, ଟଗ୍ ଅଫ ୱାର, ଥ୍ରୋ ବଲ ପରି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ଅପରାହ୍ନରେ ଛତିଶଗଡ଼ର ରାୟପୁରର ପ୍ରସିଦ୍ଧ ପଜ୍ ବ୍ୟାଣ୍ଡ ଦ୍ଵାରା ଏକ ବହୁ ପ୍ରତୀକ୍ଷିତ ସଙ୍ଗୀତ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ ଛାତ୍ରଛାତ୍ରୀ ମାନେ ମିଳିତ ଭାବରେ ଉଦ୍ୟମ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.