ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଓ ଗଣିତ କ୍ଳବ୍ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ରେଙ୍ଗାଲ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଜ୍ଞାନ ଓ ଗଣିତ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି।

ବିଦ୍ୟାଳୟ ପରିଚାଳନା ଏହି କାର୍ଯ୍ୟକ୍ରମରେ ରେଙ୍ଗାଲ ପାଲି ସି ଆର୍ ସି ସି ବେଦବର ନିଆଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉମାଶଙ୍କର ଦୀପ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ।

ମୁଖ୍ୟ ବକ୍ତା ଭାବରେ ପୋଡାଖୋଲ ସି ଆର୍ ସି ସି ସନ୍ତୋଷ ରଥ,ବମଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମାକାନ୍ତ ମାଝୀ, ଗଣିତ ଶିକ୍ଷକ ସୁଜିତ କୁମାର ସାହୁ , ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ଋଚିରା ନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ବିଜ୍ଞାନ ଓ ଗଣିତ ର ଆଭିମୁଖ୍ୟ ସୃଜନାତ୍ମକ ଚିନ୍ତନ ଆଣିବାକୁ ପ୍ରୟାସ କରାଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ଗଣିତ ଖେଳ,ଏକକ ଅଭିନୟ, ଗଣିତ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟ ରେ ବିଜ୍ଞାନ ସମ୍ପର୍କିତ ସତ୍ୟତା ଓ ବିଜ୍ଞାନ ସମ୍ପର୍କିତ ସାଧାରଣ ଜ୍ଞାନ, ବିଜ୍ଞାନ ଭିତ୍ତିକ ଏକକ ଅଭିନୟ ପ୍ରଦର୍ଶନ କରିବା ସହ ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

ଶିକ୍ଷକ ରଞ୍ଜନ କୁମାର ବରିହା ମଞ୍ଚ ପରିଚାଳନା କରିଥିବା ବେଳେ ସୁଜିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ କୋଟେଶ୍ବର ରାଓ, ଶଶିଭୂଷଣ ଦଳପତି, ଧରିତ୍ରୀ ଦାସ, ଦିବ୍ୟସେନି ଦୁର୍ଗା ଉଦ୍ଧବ ବାଗ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.