ଯୁବ ରେଡକ୍ରସ ତରଫରୁ ସଡ଼କ ସୁରକ୍ଷା ସଚେତନତା ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଶୃପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ରେଡକ୍ରସ୍ ତରଫରୁ ସଡ଼କ ସୁରକ୍ଷା ସଚେତନତା ଶିବିର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆଜିର ବ୍ୟସ୍ତ ବହୁଳ ସମୟରେ ସଡ଼କ ଦୁର୍ଘଟଣା ଏକ ମୁଖ୍ୟ ସମସ୍ୟା ଭାବରେ ମୁଣ୍ଡ ଟେକିଛି। ଏଥିରୁ କିପରି ନିଜକୁ ସୁରକ୍ଷା ଦିଆଯାଇ ପାରିବ ସେ ସମ୍ପର୍କରେ ଅତି ସୁନ୍ଦର ଭାବରେ ଯୁବ ପରାମର୍ଶଦାତା ଡକ୍ଟର ଅଜିତ କୁମାର ବେହେରା ସ୍ଵେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି ଶିବିରରେ ଡକ୍ଟର ମୋନାଲିସା ଶତପଥି ମୁଖ୍ୟବକ୍ତା ଭାବେ ଯୋଗଦେଇ ସଡ଼କ ସୁରକ୍ଷା ଜନିତ ନୀତି ନିୟମ ଓ ସତର୍କତା ବିଷୟରେ ଅନେକ ଉଦାହରଣ ଛଳରେ ବୁଝାଇଥିଲେ। ଅଧ୍ୟାପିକା ପ୍ରଜ୍ଞା ପରିମିତା ନାୟକ ଶିବିରରେ ଅତିଥି ପରିଚୟ ଦେଇଥିବା ବେଳେ ସ୍ଵେଚ୍ଛାସେବୀ ରୋଜି ବିଶି ସଂଯୋଜନା କରିଥିଲେ। ଶେଷରେ ରେଡକ୍ରସ୍ ସ୍ୱେଚ୍ଛାସେବୀମାନେ ପ୍ଲାକାର୍ଡ ଧରି ନଗର ପରିକ୍ରମା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.