ପ୍ରେମ ପାଇଁ ନଦୀକୁ ଡେଇଁ ଜୀବନ ହାରିଲା ପ୍ରେମିକ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): ବଲାଙ୍ଗିର ଜିଲ୍ଲା ତୁଷୁରା ଅଞ୍ଚଳରେ ଅଘଟଣ। ତୁଷୁରା ତେଲନଦୀ ବ୍ରିଜ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ତେଲ ନଦୀ ବ୍ରିଜ ଉପରେ ସାଇକେଲ ରଖି ନଦୀକୁ ଡେ଼ଇଁ ପଡ଼ିଥିବା ସୂଚନା ରହିଛି। ପ୍ରେମିକାଙ୍କ ସହିତ ଝଗଡ଼ା ହୋଇ ଯୁବକଙ୍କ ଆତ୍ମହତ୍ୟା କରିଥିବା ପରିବାର ଲୋକେ ସନ୍ଧେହ କରୁଛନ୍ତି। ମୃତ ଯୁବକ ଜଣକ ହେଲେ ତୁଷୁରା ପତିତପାବନ ପଡ଼ାର ଆସ୍ମାନ ଛତ୍ରିଆ। ମିଳିଥିବା ସୂଚନା ଅନୁସାରେ ଆସ୍ମାନ୍ ଙ୍କ ଭିଣୋଇଙ୍କ ପାଖକୁ ଜଣେ ଯୁବତୀଙ୍କ ଫୋନ ଆସିଥିଲା। ଯୁବତୀ ଜଣକ କହିଥିଲା ଯେ, ଆସ୍ମନ୍ ତୁଷୁରା ବ୍ରିଜ ଆଡ଼କୁ ଯାଉଛି ଟିକେ ଦେଖିବେ। ବାସ ଏତିକି କଥା ଶୁଣି ଆସ୍ମନ୍ ଙ୍କ ଭିଣୋଇ ଓ ଅନ୍ୟମାନେ ତୁଷୁରା ବ୍ରିଜ ଆଡ଼କୁ ଯାଇଥିବା ବେଳେ ସେ ବ୍ରିଜ ଉପରୁ ଡେଇଁ ସାରିଥିଲେ ବୋଲି କହିଥିଲେ। ତେବେ ଯୁବତୀଙ୍କ ସହିତ ମୃତ ଆସ୍ମନ୍ ଙ୍କ ପ୍ରେମ ସମ୍ପର୍କ ଥିଲା ବୋଲି ଚର୍ଚ୍ଚା ହେଉଛି, ଏବଂ ତାଙ୍କ ସହିତ ଝଗଡ଼ା ହେବାରୁ ଏଭଳି ହୋଇ ଥାଇ ପାରେ ବୋଲି କୁହାଯାଉଛି। ତୁଷୁରା ପୋଲିସ ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲା। ହେଲେ ଡ଼ାକ୍ତର ସେଠାରେ ଆସ୍ମନ କୁ ମୃତ୍ୟୁ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତୁଷୁରା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସର ତଦନ୍ତ ପରେ ମୃତ୍ୟୁର ରହସ୍ୟ ଖୋଲିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.