ଦୁସ୍ଥ ସାମ୍ବାଦିକଙ୍କୁ ସାକ୍ଷାତ କଲେ ସୁବର୍ଣ୍ଣପୁର ଏସପି

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ପ୍ରମେୟ ଖବର କାଗଜର କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖାର ଉପଦେଷ୍ଟା ଶ୍ରୀ ରାଜକୁମାର ମାହାଣା ଫୁସଫୁସ୍ ଜନିତ ରୋଗରେ ଦୀର୍ଘ ଦିନଧରି ବରଗଡ଼ ବିକାଶ ହସ୍ପିଟାଲରୁ ସଫଳ ଚିକିତ୍ସାପରେ ଆରୋଗ୍ୟ ଲାଭ କରି ଘରକୁ ଫେରିଥିବା ବେଳେ ଆଜି ଅପରାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ରାମପ୍ରସାଦ ସାହୁ ସାମ୍ବାଦିକଙ୍କ ଘରକୁ ଯାଇ ସାକ୍ଷାତ କରିବା ସହ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଆରକ୍ଷୀ ଅଧିକ୍ଷକ ଶ୍ରୀ ସାହୁ ଏହି ଅବସରରେ ପ୍ରଶାସନ ପକ୍ଷରୁ ମାହାଣାଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ନିମନ୍ତେ ପ୍ରତିଶ୍ରୁତି ଦେବାସହ ତାଙ୍କର ଆଶୁ ଆରୋଗ୍ୟ କାମନା କରି ବ୍ୟକ୍ତିଗତ ଭାବରେ ଆର୍ଥିକ ସହଯୋଗ ମଧ୍ୟ କରିଥିଲେ। ଆଜି ସନ୍ଧ୍ୟାରେ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ତରଭା ବିଡ଼ିଓ ବରିଷ୍ଠ ସାମ୍ବାଦିକ ଶ୍ରୀ ମାହାଣାଙ୍କୁ ସାକ୍ଷାତ କରିବାର କାର୍ଯ୍ଯକ୍ରମ ରହିଥିବା ସୁଚନା ମିଳିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.