ମହାଶିବରାତ୍ରି: ଲାଞ୍ଜିଗଡ଼ର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ମହାଶିବରରାତ୍ରି। ବିଶ୍ୱାସ ରହିଛି କି ଆଜିର ଦିନରେ ମହାଦେବଙ୍କ ନିକଟରେ ଉଜାଗର ରହି ଦୀପ ଜାଳିଲେ ସବୁ ମାନସିକ ପୂରଣ ହୁଏ। ସେଥିପାଇଁ ପ୍ରତ୍ୟେକ ଶୈବପୀଠ ଆଜି ଚଳଚଞ୍ଚଳ। ଏହିପ୍ରରିପେକ୍ଷୀରେ ଲାଞ୍ଜିଗଡ଼ ବ୍ଲକ ବିଭିନ୍ନ ଶୈବପୀଠରେ ମହାଶିବରାତ୍ରି ବହୁ ଆଡମ୍ବର ସହକାରେ ହେଉଥିବା ବେଳେ ବ୍ଲକର ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସ୍ଥିତ କିଡିଙ୍ଗ ଗ୍ରାମର ସର୍ବପୁରାତନ ଶୈବପୀଠ ବାବା ଜଳେଶ୍ଵର ମହାଦେବ, ଲାଞ୍ଜିଗଡ଼ରୋଡ଼ ଶପ୍ନେଶ୍ଵର ମହାଦେବ ଏବଂ ସିକେରକୁପା ବାବା ଧବଳେଶ୍ଵରଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ ଲାଗିରହିଛି। ଭକ୍ତଙ୍କ ବିଶ୍ୱାସ ଅଛି କି ଆଜି ଭଗବାନ ଶିବଙ୍କ ପାଖରେ ନିଷ୍ଠାର ସହ ଉଜାଗର ରହି ଦୀପ ଜାଳିବା ସହ ଟୋପର ଦେଲେ, ରୋଗ ବୈରାଗରୁ ମୁକ୍ତି ମିଳିବ । ଯାହା ମାନସିକ କରିଥିବା ତାହା ନିଶ୍ଚିତ ପୂରଣ ହେବ । ପ୍ରାତଃ ସକାଳୁ ଏହି ପୀଠ ମାନଙ୍କରେ ନୀତିକାନ୍ତି ଆରମ୍ଭ ହୋଇଥାଏ । ଏହାପରେ ରାତିରେ ମହାଦୀପ ଉଠିବ। ତେବେ ଆଜି ସକାଳୁ ସକାଳୁ ଏହି ମନ୍ଦିର ମାନଙ୍କରେ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ଏଥିରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନଭୋଗ ର ବ୍ୟବସ୍ଥା ରହିଛି। ତେବେ ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.