ଗୋଡ଼ିଝର ଗ୍ରାମର ପ୍ରଭୁ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ପାରମ୍ପରିକ ଜାଗର ଯାତ୍ରା

ଓଡ଼ିଆ ବାର୍ତ୍ତା/ ଚିଲିକା: ଆଜି ପବିତ୍ର ମହାଶିବରାତ୍ରୀ ଅବସରରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ ସ୍ଥିତ ଗମ୍ଭାରୀମୁଣ୍ଡା ଗ୍ରା:ପ ଅନ୍ତର୍ଗତ ଗୋଡ଼ିଝର ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବାଲୁଙ୍କେଶ୍ବର ଦେବଙ୍କ ପୀଠରେ ପାରମ୍ପରିକ ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି ଏବଂ ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳରୁ ଜନସାଧାରଣ ମାନେ ଆସି ବାବା ବାଲୁଙ୍କେଶ୍ବର ଦେବ ଙ୍କୁ ଦର୍ଶନ କରି ପ୍ରଭୁ ଙ୍କ କୃପା ଲାଭ କରିଥିଲେ। ଏହି ଅବସରରେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ପ୍ରଭୁ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି ଓ ପ୍ରଗତି ନିମନ୍ତେ ପ୍ରାର୍ଥନା କରିଥିଲେ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ଯାତ୍ରା “କହିବାକୁ ଲାଜ, ଶୁଣିଲେ ପାପ” କୁ ଉଦଘାଟନ କରିଥିଲେ। ଏହି ଅବସରରେ ବରିଷ୍ଠ ବିଜେପି ନେତା ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ, ସିଦ୍ଧେଶ୍ୱରୀ ମଣ୍ଡଳ ଭାଜପା ସଭାପତି ଶ୍ରୀ ସୌମ୍ୟରଞ୍ଜନ ସାମନ୍ତରାୟ, ଗମ୍ଭାରୀମୁଣ୍ଡା ପଞ୍ଚାୟତର ସମିତିସଭ୍ୟା ଶ୍ରୀମତୀ ଅନିତା ପ୍ରଧାନ, ୧୪ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଶ୍ରୀ ତପନ ପ୍ରଧାନଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.