ଦେବଗିରି ମଠରେ ଜାଗର ଯାତ୍ରା : ରାତି ୧ରେ ଉଠିଲା ମହାଦୀପ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଦେବଗିରି ମଠ ବୁଢୀପଦର ଠାରେ ଜାଗର ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ରାତି ୧ ଘଣ୍ଟା ସମୟରେ ମନ୍ଦିର ଶିଖରକୁ ଉଠିଥିଲା ମହାଦୀପ। ବୁଧବାର ଶିବରାତ୍ରି ପାଇଁ ଉତ୍ସବମୁଖର ହୋଇ ଉଠିଥିଲା ମଠ ପରିସର। ଦିନସାରା ଭକ୍ତଙ୍କ ଗହଳି ଲାଗି ରହିଥିବାବେଳେ ରାତିରେ ପାରମ୍ପରିକ ଜାଗର ଯାତ୍ରା ଅନୁଷ୍ଠିତ ହୋଇଥିଲା। ଭକ୍ତମାନେ ରାତ୍ର ଉଜାଗର ରହି ଜାଗର ବ୍ରତ ପାଳନ କରିଥିଲେ। ଦେବଗିରି ମଠର ମ୍ୟାନେଜିଂ ଟ୍ରଷ୍ଟି ଡ଼. ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଯାତ୍ରାର ନିତିକାନ୍ତି ମନ୍ଦିର ପୂଜକ ସନ୍ତୋଷ ପାଢୀ କରିଥିବାବେଳେ ସେବାୟତ ଓ ଟ୍ରଷ୍ଟ ବୋର୍ଡ଼ ସଦସ୍ୟମାନେ ସହଯୋଗ କରିଥିଲେ। ରାତିରେ ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ରଜନୀ ଗଉଡ ମହାଦୀପକୁ ନେଇ ମନ୍ଦିର ଉପରେ ସ୍ଥାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.