ନୀଳକଣ୍ଠେଶ୍ୱର ଶିବ ମନ୍ଦିର ନର୍ଲାରୋଡରେ ଶିବରାତ୍ରୀ: ରାତି ୧୦.୩୦ ରେ ଉଠିଲା ମହାଦୀପ

ଗୁରୁବାର ସକାଳ ୭.୪୦ ରେ ପଡିଲା ନାମାଯଜ୍ଞର ପୂର୍ଣ୍ଣାହୁତି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଶିବ ମନ୍ଦିରରେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି ମହା ଶିବରାତ୍ରୀ । ପବିତ୍ର ମହା ଶିବରାତ୍ରୀ ରେ ନର୍ଲାରୋଡ ନୀଳ କଣ୍ଠେଶ୍ୱର ଶିବ ମନ୍ଦିରରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଜାଗର ଜାଳି ବସିଥିଲେ ।

ଲାଣ୍ଡି ଡୁଙ୍ଗୁରି ସ୍ଥିତ ଶିବ ମନ୍ଦିର ପରିସର ଭକ୍ତ ସମାଗମରେ ଭରି ଉଠିଥିଲା । ନର୍ଲାରୋଡ ଗଙ୍ଗାଧର ବୁଦ୍ଧିଆ ମହାଦୀପ ଓ କଳସ ମୁଣ୍ଡେଇ ମନ୍ଦିର ବେଢା ପରିକ୍ରମା କରିଥିଲେ । ମହାଦୀପ ସହିତ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମନ୍ଦିର ପରିକ୍ରମା କରିଥିଲେ ।

ରାତ୍ର ୧୦.୩୦ ସମୟରେ ମହାଦୀପ ଉଠିଥିଲା । ହରହର ମହାଦେବ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ମନ୍ଦିର ପରିସର। ଶତାଧିକ ଶ୍ରଦ୍ଧାଳୁ ମନ୍ଦିର ପରିସରରେ ଜାଗର ଜାଳି ବସିଥିଲେ। ଏଥିରେ ସାମୁହିକ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ନର୍ଲାରୋଡ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ପରିଚାଳନା କମିଟିର ସଭାପତି ଥବିରାମ ବୁଦ୍ଧିଆ, ଉପସଭାପତି ବିନାୟକ ମହନ୍ତ, ସମ୍ପାଦକ ପରମାନନ୍ଦ ବୁଦ୍ଧିଆ, ଯୁଗ୍ମ ସମ୍ପାଦକ ରମେଶ କୁମାର ମହାରଣା, କୋଷାଧ୍ୟକ୍ଷ ମଧୁସୂଦନ ରାଉତ, ଭଣ୍ଡାର ଗୃହ ରକ୍ଷକ ଜହରଲାଲ ବିଶ୍ବାଳ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିବରାତ୍ର ପାଳନ ହୋଇଥିବା ବେଳେ ସ୍ଥାନୀୟ ଶ୍ରଦ୍ଧାଳୁ ମାନେ ପରିଚାଳନାରେ ସହଯୋଗ କରିଥିଲେ।

ପୂଜକ ପଣ୍ତିତ ଭାବରେ ନୃସିଂହଚରଣ ପାଢ଼ୀ, ସୁରେଶ ପାଢ଼ୀ ଓ ଦେବୁ ପାଢ଼ୀ ପୂଜକ ପଣ୍ଡିତ ଭାବରେ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ । ଶିବରାତ୍ର ଅବସରରେ ଅଷ୍ଟ ପ୍ରହର ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ୧୬ ପ୍ରହର ନାମଯଜ୍ଞ ରେ ଅଞ୍ଚଳର ୮ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ନାମ ସଂକୀର୍ତ୍ତନ କରିଥିଲେ । ନାମଯଜ୍ଞ ରେ କର୍ତ୍ତା ଭାବରେ ରୋଜିରାଣି ସାହୁ ଓ ବିକ୍ରମ ସାହୁ ଦମ୍ପତି ଦାଇତ୍ଵ ନିର୍ବାହନ କରିଥିଲେ । ଗୁରୁବାର ସକାଳେ୭.୪୦ରେ ନାମଯଜ୍ଞ ର ପୂର୍ଣ୍ଣାହୂତି ପଡିଛି ।

ଶିବରାତ୍ରୀରେ ୫ ହଜାର ରୁ ଉର୍ଦ୍ଧ୍ବ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ସାରା ଦେଶର ଶୈବପୀଠ ଗୁଡିକରେ ଶିବରାତ୍ରୀ ପାଳନ କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳର ଶୈବପୀଠ ଗୁଡିକରେ ମଧ୍ୟ ମହା ଶିବରାତ୍ରୀ ଆଡମ୍ବର ସହକାରେ ପାଳିତ ହୋଇଥିଲା । ବଡି ଭୋରରୁ ଶିବମନ୍ଦିର ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିତ ଦେଖିବାକୁ ମିଳିଥିଲା ।

ନର୍ଲା ଅଞ୍ଚଳରେ ରହିଥିବା ଶୈବପୀଠ ଗୁଡିକ ମଧ୍ୟରେ ନର୍ଲା, ନର୍ଲାରୋଡ ନୀଳ କଣ୍ଠେଶ୍ୱର ଶିବ ମନ୍ଦିର, ବୁଢୀପଦର ଦେବଗିରୀ ମଠସ୍ଥିତ ଶୈବ ପୀଠ, ଖମ୍ବପଡା, ତୁଳାପଡା, ବିଲାଟ୍, କେରାଣ୍ଡିଖୁଣ୍ଟି, ଭୀମକେଲା, ତୁଳାପଡା, ଛତିକୁଡା, ମାଣ୍ଡେଲ ପ୍ରଭୃତି ଶିବ ମନ୍ଦିର ଗୁଡିକରେ ଶିବରାତ୍ର ଯୋଗୁଁ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.