ଶ୍ରୀ ରାମେଶ୍ବର ଶୈବ ପୀଠ ଠାରେ ୩୬ତମ ସାମୁହିକ ବ୍ରତ ପନୋୟୋନ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପବିତ୍ର ମହା ଶିବରାତ୍ରୀ ଅବସରରେ ଦ୍ୱିତୀୟ ବାରାଣସୀ କୁହାଯାଉଥିବା ସୋନପୁରର ପ୍ରସିଦ୍ଧ ଶ୍ରୀ ରାମେଶ୍ବର ଶୈବପୀଠ ଠାରେ ଏକ ସାମୂହିକ ବ୍ରତପୋନୟନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଦୀର୍ଘ ୩୬ ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ଉତ୍ସବର ସମସ୍ତ ଆୟୋଜନ ଓ ତଦାରଖର ଦାୟିତ୍ୱ ସୋନପୁରର ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ତାଙ୍କ ଧର୍ମପତ୍ନୀ ମୈଥିଳୀ ମଲ୍ଲିକ ନେଇ ଆସୁଛନ୍ତି। ପ୍ରତିବର୍ଷ ବିଭିନ୍ନ ଅଞ୍ଚଳର ୧୧ ଜଣ ଗରିବ ବ୍ରାହ୍ମଣ ପରିବାରର ପିଲାମାନଙ୍କୁ ମାଗଣାରେ ବ୍ରତ କରାଯାଉଥିବା ବେଳେ ଚଳିତ ବର୍ଷ ୧୨ ଜଣ ବାଳକଙ୍କୁ ସାମୂହିକ ବ୍ରତ କରାଯାଇଛି। ପୁରୀ ଶ୍ରୀ ରାମଜୀ ମଠ ର ମହନ୍ତ ବଂଶୀଧର ଦାଶଜୀ ମହାରାଜ ଯୋଗଦେଇ ଏହି ବାଳ ବ୍ରହ୍ମଚାରୀଙ୍କୁ ଶୁଭେଚ୍ଛା ଆଶୀର୍ବାଦ ପ୍ରଦାନ କରି ‘ନିଃସହାୟ ବ୍ରାହ୍ମଣ ପିଲାମାନଙ୍କ ସାମୂହିକ ବ୍ରତ ପାଳନ ହିଁ ଅସଲ ମାନବୀୟ ଧର୍ମ ବୋଲି ମତ ରଖି ଏହି ଉତ୍ସବର ଆୟୋଜକ ଶ୍ରୀ ମଲ୍ଲିକଙ୍କ ବଦାନ୍ୟତା ଓ ମହାନତାକୁ ପ୍ରଶଂସା କରିଥିଲେ। ଓଡ଼ିଶା ହାଇକୋର୍ଟ ର ପ୍ରାକ୍ତନ ବିଚାରପତି ଶ୍ରୀ ଚିତ୍ତ ରଞ୍ଜନ ଦାଶ, ଜିଲ୍ଲା ଯୋଗାଣ ଅଧିକାରୀ, ଅଗ୍ନିଶମ ବାହିନୀ ଅଧିକାରୀ, ନୂତନ ଭାରପ୍ରପ୍ତ ଥାନା ଅଧିକାରୀ ଙ୍କ ସମେତ ସହର ତଥା ଜିଲ୍ଲାର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ସମାଜସେବୀ ଓ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଏଠାରେ ଯୋଗଦାନ କରି ବାଳ ବ୍ରହ୍ମଚାରୀମାନଙ୍କୁ ଆଶୀର୍ବାଦ କରି ସାମୁହିକ ପ୍ରସାଦ ସେବନ କରିଥିଲେ। ପଣ୍ତିତ ବେଦବ୍ୟାସ ମିଶ୍ର, କାଳୀ ଚରଣ ମିଶ୍ର, ଆଶିଷ କୁମାର ମିଶ୍ର, ରାମାନୂଜ ପୁଝାରୀ, ଆନନ୍ଦ ପୁଜାରୀ, ବିଦେଶୀ ବାବୁ, ବାସୁଦେବ ଶତପଥି, ନୀଳମଣି ଓତା, ଟଙ୍କଧର ମିଶ୍ର, ରାଧେଶ୍ୟାମ ପୁରୋହିତ ପ୍ରମୂଖ ପଣ୍ଡିତ ଏହି ବ୍ରତ ପନୋୟନ ଯଜ୍ଞ ର ଦାୟିତ୍ବ ତୁଲାଇଥିବା ବେଳେ ନାରାୟଣପୁରର ରୋହନ ଶତପଥି, ରୋସନ ଶତପଥି, ରାୟପାଲି ବିନିକାର ସମୀର ମିଶ୍ର, ଧନୁପାଲି ସମ୍ବଲପୁର ର ଚନ୍ଦନ ମିଶ୍ର, ବୁର୍ଲାର ରୁଦ୍ର ନାରାୟଣ ମିଶ୍ର, ପଥରଟେକା ତରଭାର ଶ୍ରୀତମ ମିଶ୍ର, ସାହାଜବାହାଲ ବଲାଙ୍ଗିର ପ୍ରିୟବ୍ରତ ପାଣିଗ୍ରାହୀ, ତରଭାର ରଞ୍ଜିତ ପଣ୍ଡା, ବଲାଙ୍ଗିରର ଦିଲ୍ଲୀପ କୁମାର ଷଡଙ୍ଗୀ ଓ ରାମେଶ୍ବର କର, ଲୋଇସିଂହା ର ଆଶିଷ ତିୱାରୀ ଓ ସଇଁତଳାର ଆନନ୍ଦ ତିୱାରୀ ପ୍ରମୁଖ ୧୨ ଜଣ ବ୍ରାହ୍ମଣ ବ୍ରତ ଧାରୀ ଏହି ଯଜ୍ଞ ଉତ୍ସବରେ ସାମିଲ ରହିଥିବା ଆୟୋଜକ ଶ୍ରୀବତ୍ସ ମଲ୍ଲିକଙ୍କ ଠାରୁ ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମ ତଥା ଅତିଥି ସେବାରେ ସମାଜସେବୀ ବୈକୁଣ୍ଠ ଶତପଥି, ମନୋରଞ୍ଜନ ତ୍ରୀପାଠୀ, ସଞ୍ଜୟ ସାହୁ, ଜୟ କୁମାର ମହଲା, ପ୍ରହଲ୍ଲାଦ ମଲ୍ଲିକ, ସାମ୍ୱାଦିକ ରଞ୍ଜନ ବାରିକ, କୋଶଳ ଆବାସିକ ବିଦ୍ୟାଳୟର ଛାତ୍ର ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.