ମୁଖା ପିନ୍ଧି ସୁନା ଗହଣା ଓ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

ଓଡ଼ିଆ ବାର୍ତ୍ତା/ ଫୁଲବାଣୀ (ସରୋଜ ପ୍ରଧାନୀ): ଫିଲ୍ମ ଷ୍ଟାଇଲ ରେ ଲୁଟି ନେଲେ ଦୁର୍ବୁତ୍ତ. ମୁଣ୍ଡରେ ପିସ୍ତଲ ହାତରେ କପଡା ବାନ୍ଧି ଘର ମାଲିକ ବ୍ୟବସାୟୀ ସନ୍ତୋଷ ସାହୁ ଏବଂ ସମସ୍ତ ପରିବାର ଲୋକକୁ ଆଖି ସାମ୍ନାରେ ସୁନା, ଗହଣା, ଟଙ୍କା ଲୁଟି ନେଲେ। କିଛି ପାଟିକଲେ ଜଣ ଜଣ କୁ ଗୁଳି କରି ହତ୍ୟା କରିବୁ ବୋଲି ଧମକ ଦେଇଥିଲେ। ଭୟରେ ପରିବାର ଲୋକ ଥରୁଥିବା ବେଳେ ଦୁର୍ବୁତ୍ତ ମାନେ ଗୋଟିଏ ପରେ ଗୋଟିଏ ଆଲମରା, ସିନ୍ଧୁକ, ଗଡ଼ରେଜକୁ ଶାବଳ ଏବଂ ବିଭିନ୍ନ ମାରାନାସ୍ତ୍ର ରେ ଭାଙ୍ଗି ରୁଜି ଟଙ୍କା ପଇସା, ମୋବାଇଲ, ସବୁ ଲୁଟି ନେଲେ। ରାତ୍ର ପ୍ରାୟ ବାରଟା ବେଳେ ଦୁର୍ବୁତ୍ତ ମାନେ ଆରମ୍ଭ କରିଥିଲେ ଏଭଳି କାଣ୍ଡ। ଭୟରେ ବ୍ୟବସାୟୀ ସନ୍ତୋଷ ସାହୁ କୌଣସି ମତେ ନିଜକୁ ମୁକୁଳାଇ ପରିବାର ଲୋକକୁ ହାତ ଖୋଲିଥିଲେ। ପରେ ଥାନା କୁ ଯାଇ ଚୋରି ବିଷୟରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ନାମକୁ ମାତ୍ର ତଦନ୍ତ କରି ଚାଲିଯାଇଥିଲେ। ତେବେ ତୁମୁଡିବନ୍ଧ ବ୍ଲକ ରେ ଦିନକୁ ଦିନ ଚୋରି, ରାହାଯାନୀ ବଢୁଥିବା ବେଳେ ପୋଲିସ ର ଦକ୍ଷତା ଉପରେ ପ୍ରଶବାଚୀ ସୃଷ୍ଟ ହୋଇଛି। ତେବେ ତୁମୁଡି଼ବନ୍ଧ ବଣିକ ସଙ୍ଘ, ସ୍ଥାନୀୟ ଅଞ୍ଚଳ ବାସୀ ଥାନାରେ ଲିଖିତ ଅଭିଯୋଗ ଦେଇଥିବା ଜଣା ପଡିଛି। ଚୋରି ହୋଇଥିବା ଜିନିଷ କୁ ଉଦ୍ଧାର କରିବା ଏବଂ ଚୋରି ସଂଖ୍ୟା କିଭଳି କମିବ ସେ ନେଇ ସ୍ଥାନୀୟ ଲୋକେ ସଜ ବାଜ ହେଉଥିବା ଜଣା ପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.