ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଳା ଥାନା ବଡ଼ମାଳ ଫାଣ୍ଡି ଅଧିନସ୍ଥ ଫପସି ଗାଁର ଏକ ଚାଳ ଛପର ଘରୁ ଜଣେ ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର କରିଛି ସଇଁତଳା ପୋଲିସ। ସୁଚନା ଅନୁସାରେ ଫପସି ଗାଁର ମିଳନ ଚାନ୍ଦ ତାଙ୍କ ସାନ ଭଉଣୀଙ୍କ ସହ ଫପସି ଛକର ଏକ ଚାଳ ଛପର ଘରେ ଦିର୍ଘ ଦିନ ହେବ ରହି ଆସୁଥିଲେ। ତାଙ୍କ ବାପା ମା କେହି ନ ଥିବା ବେଳେ ସେ ତାଙ୍କ ସମ୍ପର୍କୀୟଙ୍କ ଘରେ ରହୁଥିଲେ। ତେବେ ଆଜି ସନ୍ଦେହଜନକ ଭାବେ ତାଙ୍କ ମୃତ୍ୟୁ ହୋଇଛି। ତାଙ୍କ ଗଳାରେ ଦାଗ ଲାଗିବା ସହ ଏକ ଶାଢ଼ୀ ଲାଗିଥିବାରୁ ସେ ଆତ୍ମହତ୍ୟା କରିଥିବେ ବୋଲି ଅନୁମାନ କରାଯାଉଛି। ପୋଲିସ ଏ ସଂପର୍କରେ ଅଧିକ ତଦନ୍ତ ଜାରି ରଖିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.