ଟିକ୍ରାପଡ଼ା ମହାଶିବରାତ୍ରୀ ମେଳାକୁ ଉପମୁଖ୍ୟମନ୍ତ୍ରୀଙ୍କ ପଦାର୍ପଣ

ଗ୍ରାମବାସୀଙ୍କ ତରଫରୁ ଭବ୍ୟ ସ୍ୱାଗତ

ଓଡ଼ିଆ ବାର୍ତ୍ତା /ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ାର ସ୍ଵପ୍ନେଶ୍ଵର ମନ୍ଦିର ପରିସରରେ ଅନୁଷ୍ଠିତ ମହାଶିବରାତ୍ରମେଳାକୁ ଗୁରୁବାର ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ପଦାର୍ପଣ କରିଥିଲେ। ମହୋତ୍ସବ କମିଟି ତଥା ଗ୍ରାମବାସୀଙ୍କ ତରଫରୁ ଶ୍ରୀ ସିଂ ଦେଓଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ମହୋତ୍ସବ ପରିଚାଳନା କମିଟି ସଭାପତି ଅକ୍ଷୟ ରଣା, କାର୍ଯ୍ୟକାରୀ ସଭାପତି ଦିଲୀପ ରାଜପଲିଆ, ନରେନ୍ଦ୍ର କଲେତ, ସମ୍ପାଦକ ଗୌରଚନ୍ଦ୍ର ରାଜପଲିଆ, ରଜନୀକାନ୍ତ ଦାସ, ଲଳିତ ବାଗ, ରଞ୍ଜିତ ବଛା, ଉପଦେଷ୍ଟା ସନ୍ୟାସୀ ରାଜପଲିଆ, ଅରବିନ୍ଦ ସୁପକାର, ରମେଶ ରାଜପଲିଆ, ବଡ଼ ରାଜପଲିଆ, ଅଦୀପ ପାତ୍ର, କିଶୋର ବେହେରା, ସଦସ୍ୟ ଭକ୍ତବନ୍ଧୁ ପଶାୟତ, ବିବେକାନନ୍ଦ ରାଜପଲିଆ, ଅରୁଣ ରାଜପଲିଆ, ଜୟଗୋପାଳ ଚନ୍ଦନ, ସାମ୍ବାଦିକ ରମାକାନ୍ତ ରାଜପଲିଆ, ଭଗବାନ ରାଜପଲିଆ, ଗୌନ୍ତିଆ ଅନ୍ତର୍ଯ୍ୟାମୀ ରାଜପଲିଆ ପ୍ରମୁଖଙ୍କ ସମେତ ଗ୍ରାମବାସୀ ଶ୍ରୀ ସିଂ ଦେଓ ଓ ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରାଙ୍କୁ ସ୍ୱାଗତ କରିଥିଲେ। ଏକ ସୁସଜ୍ଜିତ ରଥରେ ବସି ଶ୍ରୀ ସିଂ ଦେଓ ନାମଯଜ୍ଞ ମଣ୍ଡପ ଯାଏ ଆସିଥିଲେ। ପରେ ସେ ନାମଯଜ୍ଞ ମଣ୍ଡପ ଏବଂ ମହାଦେବ ମନ୍ଦିରରେ ଦେବ ଦର୍ଶନ କରିଥିଲେ। କମିଟି କର୍ମକର୍ତ୍ତାଙ୍କ ସହ ସାକ୍ଷାତ କାଳରେ ମହାଶିବରାତ୍ରର ସଫଳତା କାମନା କରିବା ସହ ଅଞ୍ଚଳବାସୀଙ୍କ ସର୍ବବିଧ ପ୍ରଗତି କାମନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.