ଚାରବାହାଲ ଗ୍ରାମ ପଞ୍ଚାୟତକୁ ବ୍ଳକ ମାନ୍ୟତା ଦେବାକୁ ମୂଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ଦଳ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟ ସରକାର ନୂତନ ବ୍ଳକ ଓ ପଞ୍ଚାୟତ ଗଠନ ନିମନ୍ତେ ନିକଟ ଅତୀତରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ ବହୁ ଦିନରୁ ଆଶାବାନ୍ଧି ରହିଥିବା କଳାହାଣ୍ଡି ଜିଲ୍ଲାର ଗ୍ରାମ ପଞ୍ଚାୟତ ଗୁଡିକ କସରତ ଆରମ୍ଭ କରି ଦେଇଛନ୍ତି। ଏଥିରେ ତତ୍କାଳୀନ ଗଡଜାତ ପହିଲିପାରର ରାଜଧାନୀ ଭାବେ ପରିଚିତ ଚାରବାହାଲ ଗ୍ରାମ ପଞ୍ଚାୟତ ମଧ୍ୟ ନିଜର ଦାବୀକୁ ଜିଲ୍ଲାରୁ ରାଜଧାନୀ ଭୁବନେଶ୍ବର ଯାଏଁ ପହଞ୍ଚାଇବାକୁ ସ୍ଥାନୀୟ ଅଞ୍ଚଳବାସୀ ଅଣ୍ଟା ଭିଡିଛନ୍ତି। ବ୍ଳକ ମାନ୍ୟତା ଦାବୀକୁ ଜୋରଦାର କରିବାକୁ ଆଜି ଭୁବନେଶ୍ୱର ଠାରେ ଏକ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଏହି ପ୍ରତିନିଧି ଦଳ ସହିତ ରାଜ୍ୟସଭା ସଦସ୍ୟ ଶ୍ରୀ ସୁଜୀତ କୁମାର, ଶ୍ରୀମତୀ ମମତା ମହାତୋ ମଧ୍ୟ ଉପସ୍ଥିତ ଥିଲେ। ଅଞ୍ଚଳରୁ ଯାଇଥିବା ଏହି ପ୍ରତିନିଧି ଦଳରେ ପୂର୍ବତନ ସରପଞ୍ଚ ରାମ ନାରାୟଣ ପଣ୍ଡା, ସମାଜସେବୀ ପ୍ରାଣକିଶୋର ପଣ୍ଡା, ରୁଚେନ୍ ବାଗ ଯୁବ ସମାଜସେବୀ ମୀନକେତନ ଦଳପତି, ଆଦିତ୍ୟ ପଣ୍ଡା, ନିକୁଞ୍ଜ ବିହାରୀ ଚଲାନ, ରବିନାରାୟଣ ଚଲାନ, ଭୀଷ୍ମ ଧଙ୍ଗଡାମାଝୀ, ବବି ସିଂ ପ୍ରମୂଖ ସାମିଲ୍ ଥିଲେ। ମୂଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରତିନିଧି ଦଳ ସହିତ ପ୍ରାୟ ଅଧଘଣ୍ଟା କାଳ ଅଞ୍ଚଳର ପାରିପାର୍ଶ୍ବିକ ଓ ଭୌଗୋଳିକ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହିତ ଏହି ଦାବି ଉପରେ ଗୁରୁତର ସହ ବିଚାର କରି ଯଥା ସମ୍ଭବ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.