ମହା ଶିବରାତ୍ରୀ ଅବସରରେ ପଞ୍ଚରଥ ଶୈବ ପୀଠରେ ଭଜନ ସମାରୋହ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତକାଲି ରାତିରେ ସୁବର୍ଣ୍ଣପୁର ଶ୍ରୀ ପଞ୍ଚରଥ ଶୈବ ପୀଠରେ ମହା ଶିବରାତ୍ରୀ ପାଳନ ଅବସରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପାତାଳୀ ଶ୍ରୀକ୍ଷେତ୍ର ଭଜନ ସମାରୋହ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର କମିଟି ସଭାପତି ମନବୋଧ ଭୋଇଙ୍କ ଅଧ୍ୟକ୍ଷତାରେ ସଂପାଦକ ପୀୟୂଷ ପଣ୍ଡାଙ୍କ ତତ୍ଵାବଧାନରେ ଓ ମନୋରଞ୍ଜନ ତ୍ରୀପାଠୀଙ୍କ ସଂଯୋଜନାରେ ଏହି ଉପଲକ୍ଷେ ଆୟୋଜିତ ହୋଇଥିବା ଏକ ସଭାରେ ସୋନପୁର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ୠଷି ମାଝୀ, ଚିଫ୍ ସିଏସଓ ନୀରୋଦ ରଞ୍ଜନ ଦାଶ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, କଇରୁ ସ୍ବାଇଁ, ପଠାନ କୁମାର ପଣ୍ଡା ଯୋଗଦେଇ ପ୍ରଭୂ କୃପା ଲାଭ କରିଥିଲେ। ଅତିଥି ମାନଙ୍କୁ ଓ କଳାକାର ପଦ୍ମ ଲୋଚନ ସାହୁଙ୍କୁ କମିଟି ସଂପାଦକ ପୀୟୂଷ ପଣ୍ଡା ସମ୍ବର୍ଧିତ କରିଥିଲେ। ପାତାଳୀ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଟ୍ରୁପ୍ କଳାକାର ଆଶିଷ ଓ ସୃଷ୍ଟିକା ବାପ-ଝିଅ ଯୋଡ଼ିଙ୍କ ‘ହର ହର ଶମ୍ଭୁ’ ସଂଗୀତ ଓ ସୁଦର୍ଶନ, ମଣ୍ଟୁ, ପଦ୍ମଲୋଚନ, ଅର୍ପିତା ସାଙ୍କେତିକା ପ୍ରମୁଖ କଳାକାର ଙ୍କ ସୁମଧୁର ସଙ୍ଗୀତ ଏବଂ ଅତିଥି ସିଏସଓ ଶ୍ରୀ ଦାଶଙ୍କ “ନୀଳା ଚଳ ଧାମ ଯାଇ ମୁଁ ପାରୁନି ଏଠୁ କରୁଛି ଦଣ୍ଡବତ ହେ ଜଗନ୍ନାଥ” ସଂଗୀତ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା। କାର୍ତ୍ତିକ, ଚିଁଣ୍ଟୁ ଓ ବିମଲ୍ ବାଦ୍ୟ ଯନ୍ତ୍ରରେ ସହଯୋଗ କରିଥିଲେ। କମିଟି ର ବରିଷ୍ଠ ସଦସ୍ୟ ନିରଞ୍ଜନ ତ୍ରିପାଠୀ, ଶେଷଦେବ ମେହେର, ଲଡୁ କିଶୋର ମଲ୍ଲିକ, ରଂଜିତ ସାହୁ, ବିକାଶ ପଣ୍ଡା, ରବି ଦେହୁରୀ, ଦିଲ୍ଲୀପ , ସିପୁନ, ଗଣେଶ ସାହୁ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଶହ ଶହ ମହିଳା ଦର୍ଶକ ଭଜନ ସନ୍ଧ୍ୟା କାର୍ଯ୍ଯକ୍ରମକୁ ବିଳମ୍ବିତ ରାତି ଯାଏ ଉପଭୋଗ କରିଥିଲେ। ଚଳିତ ବର୍ଷ ଏହି ଶୈବ ପୀଠର ସାଜସଜ୍ଜା ଖୁବ୍ ଆକର୍ଷଣୀୟ ହୋଇଥିବା ଦେଖାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.