ମାର୍ଚ୍ଚ ୪ ରୁ ନର୍ଲାରୋଡ ଷ୍ଟେସନରେ ରହିବ ଆଲପୁଜା-ଧାନବାଦ ଏକ୍ସପ୍ରେସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ରେଳ ଷ୍ଟେସନରେ ଆସନ୍ତା ମାର୍ଚ୍ଚ ୪ ରୁ ରହିବ ଆଲପୂଜା- ଧାନବାଦ ଟ୍ରେନ ନଂ- ୧୩୩୫୨ ଏକ୍ସପ୍ରେସ । ଓ ମାର୍ଚ୍ଚ ୫ ରୁ ରହିବା ଧାନବାଦ- ଆଲପୂଜା ଟ୍ରେନ ନଂ- ୧୩୩୫୧ ଏକ୍ସପ୍ରେସ । ଏନେଇ ରେଳ ବିଭାଗ ତରଫରୁ ନର୍ଲାରୋଡ ଷ୍ଟେସନକୁ ପତ୍ର ସଂ- ୨୦୨୧/ସିଜିଏଚ/୧୬/ଇଗ୍ଦୋଷ୍ଟରେଳ/୩୬ ତା ୨୭/୨/୨୦୨୫ ରେ ପତ୍ର ଆସିଛି । ଏହି ଖବର ପ୍ରଚାରିତ ହେବାପରେ ଅଞ୍ଚଳବାସୀ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସମିତିର ସଭାପତି ପ୍ରଦୀପ କୁମାର ନାଏକ ଏବଂ ସମିତିର ସଦସ୍ୟ ବୃନ୍ଦ ଓ ଅଞ୍ଚଳବାସୀ ଜନସାଧାରଣ ଏଥିପାଇଁ କଳାହାଣ୍ଡି ସାଂସଦ ମାଳବିକା ଦେଓଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ୨୫ ମାର୍ଚ୍ଚ ୨୦୨୦ କରୋନା ଲକଡାଉନ ସମୟରୁ ଟ୍ରେନ ଗୁଡିକର ଚଳାଚଳ ବନ୍ଦ ହୋଇଯାଇଥିଲା । ଲକଡାଉନ ଉଠିଯିବା ପରେ ଅଗଷ୍ଟରେ ପୁଣି ଟ୍ରେନ ଗୁଡିକ ଚଳାଚଳ କରିଥିଲେ ମଧ୍ୟ ନର୍ଲାରୋଡ ଷ୍ଟେସନରେ ଆଉ ଷ୍ଟପେଜ ଦିଆଯାଇନଥିଲା । ଟ୍ରେନ ଗୁଡିକର ଷ୍ଟପେଜ ଦାବୀ ନେଇ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ରୁପ୍ରାରୋଡରେ ବଡ ଧରଣର ରେଳରୋକ ଆନ୍ଦୋଳନ କରାଯାଇଥିଲା । ଏହାପରେ ରୁପ୍ରାରୋଡ ଓ ନର୍ଲାରୋଡ ଷ୍ଟେସନରେ କୋରବା, ସମଲେଶ୍ୱରୀ, ପୁରୀ- ଅହମଦାବାଦ ଟ୍ରେନ ଗୁଡିକର ଷ୍ଟପେଜ ଦିଆଗଲା । ହେଲେ ସ୍ଥାନୀୟ ଅଞ୍ଚଳବାସୀ ଓ ରେଳଯାତ୍ରୀ ସୁରକ୍ଷା ସମିତିର ମୁଖ୍ୟ ଦାବୀ ରହିଥିବା ତଥା ପୂର୍ବରୁ ନର୍ଲାରୋଡ ଷ୍ଟେସନରେ ରହଣୀ ରହିଥିବା ସମତା ସୁପରଫାଷ୍ଟ ଏକ୍ସପ୍ରେସ, ଆଲପୂଜା- ଧାନବାଦ ଏକ୍ସପ୍ରେସ ଓ ବିଲାସପୁର- ତିରୁପତି ଏକ୍ସପ୍ରେସ ଟ୍ରେନ ଗୁଡିକର ଷ୍ଟପେଜ ନାହିଁ । ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସମିତି ତରଫରୁ ନର୍ଲାରୋଡ ଷ୍ଟେସନରେ ରହଣୀ ଦିଆଯାଇନଥିବା ଉପରୋକ୍ତ ଟ୍ରେନ ଗୁଡିକର ଷ୍ଟପେଜ ପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲା । ବାରମ୍ବାର ବିଭାଗକୁ ଲେଖିକି ଦିଆଯାଇଥିଲା । ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସମିତି ତରଫରୁ ୫ ଫେବୃୟାରୀ ୨୦୨୫ ରେ ରେଳରୋକ ନେଇ ଘୋଷଣା ହେବାପରେ କଳାହାଣ୍ଡି ସାଂସଦ ମାଳବିକା ଦେଓ କଥା ଦେଇଥିଲେ ଆଲପୂଜା- ଧାନବାଦ ଓ ସମତା ସୁପରଫାଷ୍ଟ ଟ୍ରେନକୁ ନର୍ଲାରୋଡ ରେଳ ଷ୍ଟେସନରେ ରହଣୀ ଦେବାପାଇଁ । ଶେଷରେ ରେଳ ବିଭାଗ ନର୍ଲାରୋଡ ଷ୍ଟେସନରେ ଆସନ୍ତା ମାର୍ଚ୍ଚା ୪ ତାରିଖରୁ ୧୩୩୫୨ ଓ ମାର୍ଚ୍ଚ ୫ ରେ ୧୩୩୫୧ ଧାନବାଦ- ଆଲପୂଜା ଟ୍ରେନର ରହଣୀ ହେବ । ଆଲପୂଜା- ଧାନବାଦ ଟ୍ରେନ ନଂ- ୧୩୩୫୧ ର ସମୟ ନର୍ଲାରୋଡ ରେଳ ଷ୍ଟେସନରେ ସଂଧ୍ୟା ୬.୧୫ ରହିଥିବା ବେଳେ ଧାନବାଦ- ଆଲପୂଜା ଟ୍ରେନ ନଂ- ୧୩୩୫୨ ର ସମୟ ୨.୧୦ ରହିଥିବା ରେଳ ବିଭାଗର ପତ୍ର ରୁ ଜଣାପଡିଛି । ହେଲେ ଅଞ୍ଚଳବାସୀ ଜନସାଧାରଣଙ୍କ ପ୍ରମୁଖ ଦାବୀ ରହିଥିବା ବିଶାଖାପାଟନମ- ହଜରତ ନିଜାମୁଦ୍ଦିନ ସମତା ସୁପରଫାଷ୍ଟ ଏକ୍ସପ୍ରେସର ରହଣୀ ନର୍ଲାରୋଡରେ କେବେ ହେବ ବୋଲି କଥା ଦେଇଥିବା କଳାହାଣ୍ଡି ସାଂସଦ ଶ୍ରୀମତୀ ଦେଓଙ୍କୁ ପ୍ରଶ୍ନ କରିଛନ୍ତି । ଆଗରୁ ନର୍ଲାରୋଡ ରେଳ ଷ୍ଟେସନରେ ରହଣୀ ରହିଥିବା ଆଉ ଦୁଗୋଟି ଗୁତ୍ୱପୂର୍ଣ୍ଣ ଏକ୍ସପ୍ରେସ ସମତା ସୁପରଫାଷ୍ଟ ଏକ୍ସପ୍ରେସ ଓ ବିଲାସପୁର- ତିରୁପତି ଏକ୍ସପ୍ରେସର ରହଣୀ ଦିଆଗଲେ ଲୋକଙ୍କ ଯାତାୟତ ପାଇଁ ହଇରାଣ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.