ମାର୍ଚ୍ଚ ୫ ରୁ ଆରମ୍ଭ ହେବ ଘଣ୍ଟମାଳ ଷୋହଳ ପ୍ରହର ନାମଯଜ୍ଞ

ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁଙ୍କ ସମାଗମକୁ ନେଇ ଚର୍ଚ୍ଚା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ଗ୍ରାମ ପଞ୍ଚାୟତରେ ଆସନ୍ତା ମାର୍ଚ୍ଚ ୫ ବୁଧବାର ରୁ ଆରମ୍ଭ ହେବ ଏହାର ବହୁ ପ୍ରସିଦ୍ଧ ୧୬ ପ୍ରହର ନାମଯଜ୍ଞ । ଏଥିପାଇଁ ବ୍ୟାପକ ପ୍ରସ୍ତୁତିରେ ଲାଗିପଡିଛନ୍ତି ଆୟୋଜକ ମଣ୍ଡଳୀ । ଘଣ୍ଟମାଳ ୧୬ ପ୍ରହର ନାମଯଜ୍ଞ କମିଟିର ସଭାପତି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଦାଇତ୍ୱ ନିର୍ବାହନ କରୁଥିବା ବେଳେ କାର୍ଯ୍ୟକାରୀ ସଭାପତି ଦାଇତ୍ୱରେ ରହିଛନ୍ତି ଘଣ୍ଟମାଳର ସରପଞ୍ଚ ଦେବେନ୍ଦ୍ର ସା । ସମ୍ପାଦକ ଦାୟୀତ୍ବ ନୀର୍ବହନ କରୁଛନ୍ତି ନର୍ଲା ସମିତି ସଦସ୍ୟ ସଂଘର ସଭାପତି ତଥା ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର । ଘଣ୍ଟମାଳ ୧୬ ପ୍ରହର ନାମଯଜ୍ଞରେ ବହୁ ପ୍ରସିଦ୍ଧ ସଂକୀର୍ତ୍ତନ ମଣ୍ଡଳୀ ଓ ଗୁରୁ ମାନଙ୍କ ସମାଗମ ହେଉଥିବାରୁ ଘଣ୍ଟମାଳ ନାମଯଜ୍ଞ ବେଶ ଜମିବ ବୋଲି ଚାରିଆଡେ ଆଲୋଚନା ହେବା ସହ ଅଞ୍ଚଳବାସୀ ଏହି ନାମଯଜ୍ଞ ଦେଖିବା ପାଇଁ ଅପେକ୍ଷାରେ ରହିଛନ୍ତି । ଏହି ନାମଯଜ୍ଞରେ ପ୍ରସିଦ୍ଧ ଦଳ ଓ ସଂକୀର୍ତ୍ତନ ଗୁରୁ ମାନଙ୍କ ମଧ୍ୟରେ ବରଗଡର ସୁଧର୍ମା ଦାସ, କଳାହାଣ୍ଡି ଜିଲ୍ଲା ଟୁର୍ଚ୍ଚିର ସଞ୍ଜୟ ସାହୁ, ବଲାଙ୍ଗୀର ଧବଲପୁରର ଡୋଳାମଣି ମହାରଣା, ଛତିଶଗଡ ରାଜ୍ୟ ଛୋରିଆଗଡର ଅଜିତ ପଟ୍ଟନାୟକ, ଓ ତିନିଗୋଟି ମହିଳା ସଂକୀର୍ତ୍ତନ ମଣ୍ଡଳୀ, ବରଗଡ ଜିଲ୍ଲା ତାମିମୁଣ୍ଡାର ସୈରେନ୍ଦ୍ରୀ ଜାଲ, ବଲାଙ୍ଗୀର ଜିଲ୍ଲା ଚନ୍ଦନଭାଟିର ସୁନୀତା ସାହୁ, ଏବଂ ନବରଙ୍ଗପୁର ଜିଲ୍ଲା ପୁଝାରୀଗୁଡାର ଲଳିତା ସାହୁ ଏବଂ ଆୟୋଜକ ଘଣ୍ଟମାଳ ମନୋଜ କୁମାର ସା ପ୍ରମୁଖ ଅଂଶ ଗ୍ରହଣ କରୁଥିବାରୁ ଏହା ଭରପୁର ମନୋରଞ୍ଜନ ଯୋଗାଇବ ବୋଲି ଚାରିଆଡେ ଚର୍ଚ୍ଚା ହେଉଛି । ଏହି ନାମଯଜ୍ଞ ପାଇଁ ମାର୍ଚ୍ଚ ୪ ଅପରାହ୍ନ ୩ ଘଣ୍ଟା ସମୟରେ କଳସଯାତ୍ରା ଅନୁଷ୍ଠିତ ହେବ ଓ ସଂଧ୍ୟାରେ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୫ ମାର୍ଚ୍ଚ ବୁଧବାର ସକାଳ ୭.୦୫ ରେ ନାମ ଆରମ୍ଭ ହେବ । ଏହି ନାମଯଜ୍ଞ ରେ ନିଲାନ୍ଦ୍ରୀ ସା ଓ ଅଶୋକ ସା ଦମ୍ପତି ଦାୟୀତ୍ବ ନିର୍ବହନ କରୁଥିବା ବେଳେ ପୂଜକ ପଣ୍ତିତ ଭାବରେ ବାଳମୁକୁନ୍ଦ ବଡ ପଣ୍ଡା ଦାଇତ୍ୱ ନିର୍ବହାନ କରିବେ ବୋଲି ସୂଚନା ମିଳିଛି । ଗୁରୁବାର ନାମଯଜ୍ଞ ମଣ୍ଡପରେ ଏହାର ଶୁଭସ୍ତମ୍ବ ସ୍ଥାପନ ହୋଇଛି । ଏହାର ସୁ ପରିଚାଳନା ପାଇଁ ବିଭିନ୍ନ ଉପକମିଟି ଗୁଡିକ କରଯାଇଥିବା ଓ କିଭଳି ଶୃଙ୍ଖଳିତ ଭାବରେ ହୋଇପାରିବ ସେଥିପାଇଁ ଆମର ପ୍ରୟାସ ରହିଛି ବୋଲି ସଭାପତି ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ତାଙ୍କ ପ୍ରତିକ୍ରୀୟାରେ କହିବା ସହିତ ସମସ୍ତେ ଏହି ମହାର୍ଘ ଯଜ୍ଞରେ ସାମିଲ ହୋଇ ପ୍ରଭୁକୃପା ଲାଭ କରନ୍ତୁ ବୋଲି ଆଗ୍ରହ କରିଛନ୍ତି । ଅନ୍ୟପକ୍ଷେ ଏଥିପାଇଁ ଅଞ୍ଚଳବାସୀ ଭକ୍ତବୃନ୍ଦ ଓ ଘଣ୍ଟମାଳ ଗ୍ରାମବାସୀଙ୍କ ଭରପୁର ସହଯୋଗ ଓ ସମର୍ଥନ ରହିଥିବା ମତବ୍ୟକ୍ତ କରିଛନ୍ତି ଘଣ୍ଟମାଳ ସରପଞ୍ଚ ତଥା ପରିଚାଳନା ସମିତିର କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ସା । ଏହି ମହାର୍ଘ ଯଜ୍ଞ ରେ ଅନ୍ନଛତ୍ର ର ବୟବସ୍ତା ରହିଛି । ଏହା ଆସନ୍ତା ୭/୩ ଶୁକ୍ରବାର ପୂର୍ଣ୍ଣାହୁତି ପଡିବ ଓ ଦଧିଭାଣ୍ଡ ଭଞ୍ଜନ ସାଙ୍ଗକୁ ନଗର ପରିକ୍ରମାର କାର୍ଯ୍ୟକ୍ରମ ରହିଥିବା କାର୍ଯ୍ୟକାରୀ ସଭାପତି ଶ୍ରୀ ସା ସୂଚନା ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.