କେଶପଲା ୟୁପି ସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ କେଶପଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ କ୍ଲବ ଆନୁକୁଲ୍ୟରେ ପ୍ରଧାନ ଶିକ୍ଷକ ହରିଅର୍ଜୁନ ସିଂହଙ୍କ ଅଧ୍ୟକ୍ଷତାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଘଣ୍ଟମାଳ ବିଘ୍ନେଶ୍ୱର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବସନ୍ତ କୁମାର ସାମନ୍ତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବିଜ୍ଞାନ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବରେ ବୁରାଟ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଶ୍ରବଣ କୁମାର ରଥ ଯୋଗଦାନ କରି ଜାତୀୟ ବିଜ୍ଞାନ ଦିବସ ଓ ଏହାର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ ଗଣିତ ଓ ବିଜ୍ଞାନ ଭିତ୍ତିକ ବିଭିନ୍ନ ପ୍ରକଳ୍ପର ପରିଦର୍ଶନ କରିଥିଲେ। ତୃତୀୟ ଶ୍ରେଣୀରୁ ପଞ୍ଚମ ଯାଏଁ ଜୁନିୟର ଗ୍ରୁପ ଓ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ଯାଏଁ ସିନିଅର ଗ୍ରୁପ ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ଗଣିତ ଓ ବିଜ୍ଞାନ ଭିତ୍ତିକ କ୍ୱିଜ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ସହକାରୀ ଶିକ୍ଷକ ଲିଙ୍ଗରାଜ ହାତୀ, ଶିକ୍ଷୟତ୍ରୀ ସନ୍ତୋଶିନି ମାଝୀ, କ୍ଷିତିସା ମଙ୍ଗର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.