ଟିକ୍ରାପଡ଼ା ମହାଶିବରାତ୍ର ମେଳାରେ ପୂର୍ବତନ ମନ୍ତ୍ରୀ ଓ ବିଡ଼ିଓଙ୍କ ପଦାର୍ପଣ : କଂସ ଦରବାରରେ ସାମ୍ବାଦିକ ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ାର ସ୍ଵପ୍ନେଶ୍ଵର ମନ୍ଦିରରେ ଅନୁଷ୍ଠିତ ପ୍ରସିଦ୍ଧ ମହାଶିବରାତ୍ର ମେଳାକୁ ଶୁକ୍ରବାର ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସଇଁତଲା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା ପଦାର୍ପଣ କରି ଦେବ ଦର୍ଶନ କରିଥିଲେ | ମହୋତ୍ସବ କମିଟି ଉପଦେଷ୍ଟା ସନ୍ୟାସୀ ରାଜପଲିଆ, ଚନ୍ଦ୍ରମଣି ସିଂ ଦେଓ ପ୍ରମୁଖଙ୍କ ସହ ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂ ଭୋଇ ଏବଂ ବିଡ଼ିଓ ଶ୍ରୀ ମିର୍ଦ୍ଧା ଆଲୋଚନା କରି ମେଳା ସମ୍ବନ୍ଧରେ ସବିଶେଷ ପଚାରି ବୁଝିଥିଲେ | ଆଲୋଚନା କାଳରେ ବ୍ଲକ କାର୍ଯ୍ୟାଳୟ ଆର୍ଥିକ ବିଭାଗର ଡ଼ିଲିଙ୍ଗ ଆସିଷ୍ଟାଣ୍ଟ ତରୁଣାକର ଧରୁଆ, କମିଟି ଉପଦେଷ୍ଟା ରମେଶ ରାଜପଲିଆ, ସଭାପତି ଦିଲ୍ଲୀପ ରାଜପଲିଆ ପ୍ରମୁଖ ଉପସ୍ଥିତ ରହିଥିଲେ | ଅନୁଷ୍ଠିତ କଂସ ମହାରାଜଙ୍କ ତୃତୀୟ ରାତ୍ରର ଦରବାର କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ସାଂସଦ ପ୍ରତିନିଧି ଅକ୍ଷୟ ରଣା, ବିଜେପି ନେତା ରାଜୀବ ମହାନ୍ତି, କରୁଣାସିନ୍ଧୁ ପଶାୟତ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବଜରଙ୍ଗଲାଲ ଜୈନ, ମହୋତ୍ସବ କମିଟି ସଭାପତି ଦିଲ୍ଲୀପ ରାଜପଲିଆ, ଓଡ଼ିଶା ସାମ୍ବାଦିକ ସଙ୍ଘ ରାଜ୍ୟ ସଭାପତି ପ୍ରମୋଦ ସେଲମା, ନାରାୟଣ ସାହୁ, ତରୁଣ ବେହେରା, ଗୋକୁଳାନନ୍ଦ ବଗର୍ତ୍ତୀ, ଅବିନାଶ ନନ୍ଦ, ରମାକାନ୍ତ ରାଜପଲିଆ, ଭଗବାନ ରାଜପଲିଆ ରାଜକୀୟ ଅତିଥି ରହିଥିଲେ | ଏହି ଅବସରରେ ରାଜକୀୟ ଅତିଥି ରହିଥିବା ସାମ୍ବାଦିକଙ୍କୁ ମହୋତ୍ସବ କମିଟି ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା | ପ୍ରଖ୍ୟାତ ଅଭିନେତା ରବୀନ୍ଦ୍ର କୁମାର ସାହୁ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ | କଂସ ଦରବାରରେ ବରଗଡ଼ରୁ ଆସିଥିବା କଳାକାର, ଲାଫେର ଗାଁର ନୃତ୍ୟଶିଳ୍ପୀ ଆରାଧ୍ୟା ବାଗ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.