ସୋନପୁର ମଡେଲ ଡିଗ୍ରୀ କଲେଜ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସିଭି.ରମଣ ଦ୍ୱାରା ରମଣ ପ୍ରଭାବର ଆବିଷ୍କାରକୁ ମାନ୍ୟତା ଦେବା ନିମନ୍ତେ ପ୍ରତ୍ୟେକ ବର୍ଷ ୨୮ ଫେବୃଆରୀକୁ ବିଜ୍ଞାନ ଦିବସ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସୋନପୁର ମଡେଲ ଡିଗ୍ରୀ କଲେଜ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଛି। ଚଳିତ ବର୍ଷର ଶୀର୍ଷକ “ବିକଶିତ ଭାରତ ପାଇଁ ବିଜ୍ଞାନ ଓ ଆବିଷ୍କାରରେ ବିଶ୍ୱର ନେତୃତ୍ୱ ନିମନ୍ତେ ଭାରତୀୟ ଯୁବାଙ୍କୁ ସଶକ୍ତ କରିବା”। ମଡେଲ ଡିଗ୍ରୀ କଲେଜର ଅଧ୍ୟକ୍ଷ ଦେବାଶିଷ ମହାନ୍ତିଙ୍କ ସଭାପତିତ୍ୱରେ ଜାତୀୟ ବିଜ୍ଞାନ ଦିବସ ପାଳନ ନିମନ୍ତେ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ମଦନ ମୋହନ ପ୍ରଧାନ ଯୋଗଦେଇ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡ. ମହେନ୍ଦ୍ର କୁମାର ଭୋଇ, ଡ. ସୁମନ କୁମାର ତ୍ରିପାଠୀ, ଡ. ଦିଲ୍ଲୀପ କୁମାର ସାହୁ, ଡ. ବିଶ୍ୱ ପ୍ରଜ୍ଞା ମହାନ୍ତି, ଡ.ସିଦ୍ଧାନନ୍ଦ ପ୍ରଧାନ, ଡ. ରମାକାନ୍ତ ମଙ୍ଗରାଜ ଓ ସନ୍ତୋଷ ଭୋଇ ସମେତ ମହାବିଦ୍ୟାଳୟର ଅଧ୍ୟାପିକା କମଳା ସିଂହ, ପଦ୍ମାଳୟା ଜାଲ, ଅନନ୍ଦିତା ସାହାଣୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ସଭାରେ କୃତୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.