ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୈାଡ): ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ବଲାଙ୍ଗିର ଲର୍କିପାଲି ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ନିଯୁକ୍ତି ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂ ଦେଓ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ।

Omkar Vasthu
Omkar Vasthu

ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ଉପ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଗୋପାଲଜି ପାଣିଗ୍ରାହୀ, ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା ଉପସ୍ଥିତ ଥିଲେ ।

Pearl dental clinic
Near Ashish Medical Store, Bhawanipatna

ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ କେଶବ ଚନ୍ଦ୍ର ପାଣିଗ୍ରାହୀ ସଭାର ସଭାପତିତ୍ବ କରିଥିଲେ । ପ୍ରଥମେ ଅତିଥି ମାନେ ନିଯୁକ୍ତି ମେଳାରେ ଲାଗିଥିବା ଷ୍ଟଲ ବୁଲି ନିଯୁକ୍ତିଦାତା ମାନଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ସଭା କାର୍ଯ୍ୟର ଆରମ୍ଭ କରାଯାଇଥିଲା ।

Udyog Nursery
Udyogi Nursery

ଅତିଥି ମାନେ ତାଙ୍କର ବକ୍ତବ୍ୟ ରଖି ଯୁବପିଢ଼ି ଙ୍କୁ ମାନଙ୍କୁ କୁଶଳୀ ଓ ଦକ୍ଷ ହେବା ପାଇଁ ଉପଦେଶ ଦେଇଥିଲେ । ବଲାଙ୍ଗିର ଜିଲ୍ଲାରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାକୁ ସରକାର ଙ୍କୁ ଜଣାଇବେ ବୋଲି କହିଥିଲେ। ଏହି ନିଯୁକ୍ତି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ମୋଟ ୩୧ ଟି ସରକାରୀ ଓ ବେସରକାରୀ ସଂସ୍ଥା ଉପସ୍ଥିତ ରହି ନିଯୁକ୍ତି ପାଇଁ ଯୁବପିଢି ଙ୍କୁ ମନୋନୀତ କରିଥିଲେ। ତୁରନ୍ତ ୫ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ମୁଖ୍ୟ ଅତିଥି ଙ୍କ ହାତରୁ ନିଯୁକ୍ତି ପତ୍ର ଦିଆଯାଇଥିଲା ।

ଏହି ନିଯୁକ୍ତି ମେଳାରେ ବଲାଙ୍ଗିର ଜିଲ୍ଲା ଓ ଜିଲ୍ଲା ବାହାରୁ ୧୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇ ସେମାନଙ୍କ ମନ ପସନ୍ଦର ନିଯୁକ୍ତି ସଂସ୍ଥା ବଛିଥିଲେ । ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରିଣୀ ପଦ୍ମିନୀ ସାହୁ, ୟଙ୍ଗ ପ୍ରଫେସନାଲ ଭରତ କୁମାର ଦାସ, ସିଏମଏସଡିଏଫ ଅନନ୍ୟା ମଲ୍ଲିକ, କନିଷ୍ଠ ନିୟୋଜନ ଅଧିକାରୀ, ଦୀପକ କୁମାର ସାମଲ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.