ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ଗ୍ରାମ ପଞ୍ଚାୟତରେ ମାର୍ଚ୍ଚ ୫ ବୁଧବାର ସକାଳ ୭.୦୫ରୁ ଆରମ୍ଭ ହେଲା ବହୁ ପ୍ରସିଦ୍ଧ ୧୬ ପ୍ରହର ନାମଯଜ୍ଞ । ନାମଯଜ୍ଞ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆୟୋଜକ ମଣ୍ଡଳୀ ସମେତ ନାମକରା ୮ ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ଆସି ଏଇଠି ଅଂଶ ଗ୍ରହଣ କରିଥିବାରୁ ନାମଯଜ୍ଞ ରେ ପ୍ରବଳ ଭକ୍ତ ସମାଗମ ହେଇଛନ୍ତି।
ଦର୍ଶକଙ୍କ ଭିଡ଼ରେ ଭରି ଉଠିଛି ଯଜ୍ଞ ମଣ୍ଡପ। ନାମକରା ସଙ୍କୀର୍ତ୍ତନ ଗୁରୁ ମାନଙ୍କ ସମାଗମ ହୋଇଛି। ଏଥିପାଇଁ ଜମୁଛି ଘଣ୍ଟମାଳ ୧୬ ପ୍ରହର ନାମଯଜ୍ଞ।ମଙ୍ଗଳବାର ଅପରାହ୍ନ ୩ ଟା ବେଳେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। କର୍ତ୍ତା ଦାୟୀତ୍ୱରେ ନିଲାନ୍ଦ୍ରି ସା ଓ ଅଶୋକ ସା ଦମ୍ପତି ପୂଜା ପରିଚାଳନା କରୁଛନ୍ତି।
ଘଣ୍ଟମାଳ ୧୬ ପ୍ରହର ନାମଯଜ୍ଞ କମିଟିର ସଭାପତି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଦାଇତ୍ୱ ନିର୍ବାହନ କରୁଥିବା ବେଳେ କାର୍ଯ୍ୟକାରୀ ସଭାପତି ଦାଇତ୍ୱରେ ରହିଛନ୍ତି ଘଣ୍ଟମାଳର ସରପଞ୍ଚ ଦେବେନ୍ଦ୍ର ସା। ନର୍ଲା ବ୍ଲକ ସମିତି ସଭ୍ୟ ସଂଘର ସଭାପତି ତଥା ଶାନ୍ତପୁର ସମିତି ସଦସ୍ୟ ସମ୍ପାଦକ ଦାୟୀତ୍ୱ ନିର୍ବାହନ କରୁଛନ୍ତି।
ପ୍ରଥମ କରି ନର୍ଲା ବ୍ଲକ ଅଞ୍ଚଳରେ ଘଣ୍ଟମାଳ ୧୬ ପ୍ରହର ନାମଯଜ୍ଞରେ ବହୁ ପ୍ରସିଦ୍ଧ ସଂକୀର୍ତ୍ତନ ମଣ୍ଡଳୀ ଓ ଗୁରୁ ମାନଙ୍କ ସମାଗମ ହେଉଥିବାରୁ ଘଣ୍ଟମାଳ ନାମଯଜ୍ଞ ବେଶ ଜମିଛି। ଏହି ନାମଯଜ୍ଞରେ ପ୍ରସିଦ୍ଧ ଦଳ ଓ ସଂକୀର୍ତ୍ତନ ଗୁରୁ ମାନଙ୍କ ମଧ୍ୟରେ ବରଗଡର ସୁଧର୍ମା ଦାସ, କଳାହାଣ୍ଡି ଜିଲ୍ଲା ଟୁର୍ଚ୍ଚିର ସଞ୍ଜୟ ସାହୁ, ବଲାଙ୍ଗୀର ଧବଲପୁରର ଡୋଳାମଣି ମହାରଣା,ଛତିସଗଡ ରାଜ୍ୟ ଛୋରିଆଗଡର ଅଜିତ ପଟ୍ଟନାୟକ, ଓ ତିନିଗୋଟି ମହିଳା ସଂକୀର୍ତ୍ତନ ମଣ୍ଡଳୀ, ବରଗଡ ଜିଲ୍ଲା ତାମିମୁଣ୍ଡାର ସୈରେନ୍ଦ୍ରୀ ଜାଲ, ବଲାଙ୍ଗୀର ଜିଲ୍ଲା ଚନ୍ଦନଭାଟିର ସୁନୀତା ସାହୁ, ଏବଂ ନବରଙ୍ଗପୁର ଜିଲ୍ଲା ପୁଝାରୀଗୁଡାର ଲଳିତା ସାହୁ ଏବଂ ଆୟୋଜକ ଘଣ୍ଟମାଳ ମନୋଜ କୁମାର ସା ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି।
୫ ମାର୍ଚ୍ଚ ବୁଧବାର ସକାଳ ୭.୦୫ ରେ ନାମ ଆରମ୍ଭ ହେଲା। ଆସନ୍ତା ୭/୩ ଏହାର ପୂର୍ଣ୍ଣାହୁତି ପଡ଼ିବ। ଏହି ନାମଯଜ୍ଞ ରେ ନିଳାନ୍ଦ୍ରୀ ସା ଓ ଅଶୋକ ସା ଦମ୍ପତି କର୍ତ୍ତା ଭାବରେ ଦାୟୀତ୍ବ ନିର୍ବହନ କରୁଥିବା ବେଳେ ପୂଜକ ପଣ୍ତିତ ଭାବରେ ବାଳମୁକୁନ୍ଦ ବଡ ପଣ୍ଡା ଦାଇତ୍ୱ ନିର୍ବହାନ କରୁଛନ୍ତି। ଅନବରତ ଅନ୍ନଯଜ୍ଞ ମଧ୍ଯ ଚାଲିଛି।ଘଣ୍ଟମାଳ ୧୬ ପ୍ରହର ନାମଯଜ୍ଞ ସମସ୍ତଙ୍କ ସହଯୋଗରେ ଶୃଙ୍ଖଳିତ ଭାବରେ ଚାଲିଛି ବୋଲି ମତବ୍ୟକ୍ତ କରିଛନ୍ତି ନାମଯଜ୍ଞ ପରିଚାଳନା କମିଟିର ସଭାପତି ଶ୍ରୀ ମହାନ୍ତି।