ସୁବର୍ଣ୍ଣପୁରରେ ଆର୍ଯ୍ୟ ସମାଜ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସାଂଗଠନିକ ବୈଠକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପଶ୍ଚିମ ଓଡିଶା ଆର୍ଯ୍ୟ ସମାଜ ଅନ୍ତର୍ଗତ ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଜିଲ୍ଲା ତ୍ରୟକୁ ନେଇ ଗଠିତ ବଲାଙ୍ଗୀର ବିଭାଗର ପ୍ରମୁଖ କାର୍ଯ୍ଯକର୍ତ୍ତାଙ୍କ ଏକ ସାଂଗଠନିକ ବୈଠକ ଆଜି ସ୍ଥାନୀୟ ଦୟାନନ୍ଦ ପ୍ଲେ ସ୍କୁଲ ପଟାଭାଡି ଠାରେ ଅନୁଷ୍ଠିତ ହୋଇଯାଇଛି। ଆର୍ଯ୍ୟ ସମାଜର ଶତାଧିକ ସକ୍ରିୟ ସଦସ୍ଯ ଓ ସଦସ୍ଯା ଏଥିରେ ଯୋଗଦେଇ ଆର୍ଯ୍ୟ ସମାଜର ୧୫୦ ତମ ପ୍ରତିଷ୍ଠା ବର୍ଷକୁ ଭବ୍ୟତାର ସହ ପାଳନ କରିବାପାଇଁ ମତ ରଖିଥିଲେ। ନବ ପ୍ରଭାତ ଆଶ୍ରମ, ପଦ୍ମପୁରର ଆଚାର୍ଯ୍ଯ ପଣ୍ଡିତ ବୃହସ୍ପତି ଶାସ୍ତ୍ରୀ ପଶ୍ଚିମ ଓଡିଶା ଆର୍ଯ୍ୟ ସମାଜର ସଭାପତିଙ୍କ ପୌରହିତ୍ୟ ରେ ସଭା କାର୍ଯ୍ୟ ହୋଇଥିଲା। ରାଜ କୁମାର ବରାଡ ସଭା ସଂଯୋଜନା କରିଥିବା ବେଳେ ପଣ୍ଡିତ ଦୀନମଣି ବାରିକ ବୈଠକ ଓ ଯଜ୍ଞ ପରିଚାଳନା କରିଥିଲେ। ଶିବ ପ୍ରସାଦ ପାତ୍ର ବ୍ଯବସ୍ଥା ଦାୟିତ୍ବ ପରିଚାଳନା କରିବା ସହ ବୈଠକ କୁ ବ୍ୟବସ୍ଥିତ ଓ ସଫଳ କରିବାରେ ଉଦ୍ୟମ କରିଥିଲେ। ଆଗାମୀ ଦିନରେ ବରଗଡ, ସମ୍ବଲପୁର ଓ ସୁନ୍ଦରଗଡ ବିଭାଗର ବୈଠକ ସମ୍ବନ୍ଧରେ ବିଚାର ବିମର୍ଶ କରାଯାଇ ଥିଲା। ବୈଠକରେ ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର ପୂର୍ବତନ ସଂପାଦକ ଆନନ୍ଦ କୁମାର ଶାସ୍ତ୍ରୀ, ପୂର୍ଣ୍ଣାନନ୍ଦ ଶାସ୍ତ୍ରୀ, ପଣ୍ଡିତ ନିରଞ୍ଜନ ସାହୁ ଆଦି ଅନେକ ଗଣ୍ଯମାନ୍ଯ ବ୍ଯକ୍ତି ବୈଠକରେ ଉପସ୍ଥିତ ହୋଇ ମାର୍ଗ ଦର୍ଶନ କରିଥିଲେ। ଧର୍ମାନ୍ତରଣ, ଅରାଷ୍ଟ୍ରୀୟ ଗତିବିଧି ସହ ପାଖଣ୍ଡ , ଅନ୍ଧବିଶ୍ବାସ , ଜନ୍ମଗତ ଜାତିପ୍ରଥାର ବିରୁଦ୍ଧରେ ଆର୍ଯ୍ୟସମାଜ ସର୍ବଦା ଜାଗ୍ରତ ଥାଏ। ତେଣୁ ଜନ ସାଧାରଣ ଆର୍ଯ୍ୟସମାଜ ରୂପକ ଏହି ସାମାଜିକ କ୍ରାନ୍ତି ଅବା ଆନ୍ଦୋଳନରେ ଭରପୂର ସହଯୋଗ କରିବା ପାଇଁ ଉପସ୍ଥିତ ନେତୃତ୍ବ ଆହ୍ବାନ କରିଥିଲେ। ଆଚାର୍ଯ୍ଯ ବେଦପ୍ରକାଶ ସମାରୋପ ବିଚାର ରଖିଥିଲେ। ଶାନ୍ତି ପାଠ ପରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା। ଶେଷରେ ଇଶ୍ବରଙ୍କ ଆଶୀର୍ବାଦ କ୍ରମେ ଅନ୍ନ ଯଜ୍ଞର ବ୍ଯବସ୍ଥା ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.