ଗ୍ରୀଷ୍ମ ପ୍ରବାହର ସଫଳ ପରିଚାଳନା ନିମନ୍ତେ ଅରିଏଣ୍ଟେସନ କର୍ମଶାଳା ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ସଫଳ ପରିଚାଳନା ନିମନ୍ତେ ଅଧିକାରୀଙ୍କୁ ନେଇ ଜିଲ୍ଲା ସ୍ତରୀୟ ଅରିଏଣ୍ଟେସନ କର୍ମଶାଳା ଜିଲ୍ଲା ଜରୁରୀ ଶାଖା ତରଫରୁ ଜିଲ୍ଲାକାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧିକାରୀ ମାନେ ଗ୍ରୀଷ୍ମ ପ୍ରବାହର ସଫଳ ପରିଚାଳନା ପାଇଁ କିପରି ଭାବରେ ନିଜ ବିଭାଗକୁ ପ୍ରସ୍ତୁତ ରଖିବେ ସେଥିପାଇଁ ଅନୁଷ୍ଠିତ କର୍ମଶାଳାରେ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଜିଲ୍ଲା ଜରୁରୀ ଶାଖା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜରୁରୀ ଶାଖା ଅଧିକାରୀ କୃଷ୍ଣ ମୋହନ ସିଂହ ବୈଠକର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଡା. ସରୋଜ କୁମାର ମେହେର, ଡା. ମନୋରଞ୍ଜନ ପଣ୍ଡା, ଡା. ସବ୍ୟସାଚୀ ସାହୁ ପ୍ରମୁଖ ତାଲିମଦାତା ଭାବେ ଯୋଗଦାନ କରି ଗ୍ରୀଷ୍ମ ପ୍ରବାହର ସଫଳ ପରିଚାଳନା ପାଇଁ ବିଭାଗ ତଥା ଅଧିକାରୀଙ୍କ ଦାୟିତ୍ୱ, ପ୍ରାକ ପ୍ରସ୍ତୁତି, ପରିଚାଳନା ସହ ଜରୁରୀ ଚିକିତ୍ସା ପରିଚାଳନା ଉପରେ ଆବଶ୍ୟକ ତାଲିମ ପ୍ରଦାନ କରିଥିଲେ। ଜିଲ୍ଲା ଜରୁରୀ ଶାଖା ଡିପିଓ ବିଶ୍ୱନାଥ ନାୟକ ଗ୍ରୀଷ୍ମ ପ୍ରବାହର କାରଣ ନିରାକରଣ ତଥା ସଫଳ ଓ ସଠିକ ପରିଚାଳନା ନିମନ୍ତେ ଆବଶ୍ୟକ କାର୍ଯ୍ୟନ୍ୱୟନର ପାୱାର ପଏଣ୍ଟ ଉପସ୍ଥାପନ କରିଥିଲେ। ବୈଠକରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ସଫଳ ପରିଚାଳନା ନିମନ୍ତେ ନିଜ ନିଜ ବିଭାଗ ତରଫରୁ ପ୍ରାକ ପ୍ରସ୍ତୁତି ପଦକ୍ଷେପ ଉପରେ ଉପସ୍ଥାପନା କରିଥିବା ବେଳେ ଜିଲ୍ଲା ସ୍ତରୀୟ ଗତ ପ୍ରସ୍ତୁତି ବୈଠକର ଦିଶା ନିର୍ଦେଶ ଅନୁଯାୟୀ ବିଭାଗୀୟ ପ୍ରାକ ପ୍ରସ୍ତୁତିଯୋଜନା ଖସଡ଼ା ଜିଲ୍ଲା କାର୍ଯ୍ୟାଳୟରେ ତୁରନ୍ତ ପ୍ରଦାନ କରିବାକୁ ଜିଲ୍ଲା ଜରୁରୀ ଶାଖା ତରଫରୁ କୁହାଯାଇଥିଲା । ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ ମେହେର ପ୍ରମୁଖ ଅଧିକାରୀଙ୍କ ସହ ବିଭାଗୀୟ ପ୍ରସ୍ତୁତି ଓ ପଦକ୍ଷେପ ଉପରେ ପଚାରି ବୁଝିଥିଲେ। କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ସୋନପୁର ଉପ ଜିଲ୍ଲାପାଳ ଡ଼ଃ ସୌମ୍ୟାରୁପା ରଥ ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସି ସମେତ କାର୍ଯ୍ୟନିର୍ବାହୀ ବିଭାଗର ଅଧିକାରୀ ବୃନ୍ଦ ସହ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ତହସିଲ୍‌ଦାର, ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.