ପୂର୍ଣ୍ଣାହୁତି ସହ ସମାପନ ହେଲା ଘଣ୍ଟମାଳର ୧୬ ପ୍ରହର ନାମଯଜ୍ଞ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ଗ୍ରାମ ପଞ୍ଚାୟତରେ ଚାଲିଥିବା ୧୬ ପ୍ରହର ନାମଯଜ୍ଞ ର ପୂର୍ଣ୍ଣାହୁତି ପଡିଲା। ମାର୍ଚ୍ଚ ୫ ବୁଧବାର ସକାଳ ୭.୦୫ରୁ ଆରମ୍ଭ ହୋଇଥିଲା ଘଣ୍ଟମାଳର ବହୁ ପ୍ରସିଦ୍ଧ ୧୬ ପ୍ରହର ନାମଯଜ୍ଞ। ଶୁକ୍ରବାର ସକାଳ ୭.୦୫ ସମୟରେ ନାମ ଛାଡିଥିଲେ ସ୍ଥାନୀୟ ସଙ୍କୀର୍ତ୍ତନ ମଣ୍ଡଳୀ। ଏହାପରେ କର୍ତ୍ତା ଦମ୍ପତି କଳସ ମୁଣ୍ଡେଇ ନଗର ପରିକ୍ରମା କରିଥିଲେ। ସଙ୍କୀର୍ତ୍ତନ ମଣ୍ଡଳୀ ନଗର କୀର୍ତ୍ତନ କରି ପରିବେଶକୁ ଉତ୍ସବ ମୁଖର କରିଥିଲେ। ଗ୍ରାମବାସୀ ଆବାଳ ବୃଦ୍ଧ ବନିତା ଏଥିରେ ସାମିଲ ହୋଇ ନିଜ ନିଜ ଦୁଆରେ ଝୋଟି ଲେଖି କଳସ ସ୍ଥାପନା କରି ବର୍ଦ୍ଧନୀ କଳସ କୁ ବନ୍ଦାପନା କରିଥିଲେ। ନଗର ପରିକ୍ରମା ପରେ ଯଜ୍ଞ ମଣ୍ଡପରେ ଦାଧିଭାଣ୍ଡ ଭାଙ୍ଗିଥିଲା ଶ୍ରଦ୍ଧାଳୁ ଭକ୍ତମାନେ।

Omkar Vasthu
Omkar Vasthu

ଏହି ବହୁ ପ୍ରସିଦ୍ଧ ନାମଯଜ୍ଞ ପାଇଁ ମଙ୍ଗଳାବର ଅପରାହ୍ନ ୩ ଘଣ୍ଟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ବୁଧବାର ସକାଳ ୭.୦୫ ରେ ମହା ମନ୍ତ୍ର ନାମ ଆରମ୍ଭ କରିଥିଲେ ସ୍ଥାନୀୟ ସଙ୍କୀର୍ତ୍ତନ ମଣ୍ଡଳୀ।ନାମଯଜ୍ଞ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆୟୋଜକ ମଣ୍ଡଳୀ ସମେତ ନାମକରା ୮ ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ଆସି ଏଇଠି ଅଂଶ ଗ୍ରହଣ କରିଥିବାରୁ ନାମଯଜ୍ଞ ରେ ପ୍ରବଳ ଭକ୍ତ ସମାଗମ ହୋଇଥିଲେ। ନାମକରା ସଙ୍କୀର୍ତ୍ତନ ଗୁରୁ ମାନଙ୍କ ସମାଗମ ହୋଇଥିବାରୁ ଦୁଇଦିନ ଧରି ବେଶ ଜମିଥିଲା ନାମଯଜ୍ଞ। ନିଲାନ୍ଦ୍ରି ସା ଓ ଅଶୋକ ସା ଦମ୍ପତି କର୍ତ୍ତା ଭାବରେ ପୂଜା ପରିଚାଳନା କରିଥିଲେ। ଘଣ୍ଟମାଳ ୧୬ ପ୍ରହର ନାମଯଜ୍ଞ କମିଟିର ସଭାପତି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଦାଇତ୍ୱ ନିର୍ବାହନ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଦାଇତ୍ୱରେ ରହି ଦାୟୀତ୍ଘୱ ତୁଲାଇଥିଲେ ଣ୍ଟମାଳର ସରପଞ୍ଚ ଦେବେନ୍ଦ୍ର ସା।

Pearl dental clinic
Near Ashish Medical Store, Bhawanipatna

ନର୍ଲା ବ୍ଲକ ସମିତି ସଭ୍ୟ ସଂଘର ସଭାପତି ତଥା ଶାନ୍ତପୁର ସମିତି ସଦସ୍ୟ ସମ୍ପାଦକ ଦାୟୀତ୍ୱ ନିର୍ବାହନ କରିଥିଲେ। ପ୍ରଥମ କରି ନର୍ଲା ବ୍ଲକ ଅଞ୍ଚଳରେ ଘଣ୍ଟମାଳ ୧୬ ପ୍ରହର ନାମଯଜ୍ଞରେ ବହୁ ପ୍ରସିଦ୍ଧ ସଂକୀର୍ତ୍ତନ ମଣ୍ଡଳୀ ଓ ଗୁରୁ ମାନଙ୍କ ସମାଗମ ହେଉଥିବାରୁ ଘଣ୍ଟମାଳ ନାମଯଜ୍ଞ ବେଶ ଜମିବା ସହ ପ୍ରବଳ ଭକ୍ତ ସମାଗମ ହୋଇଥଲା।

Udyog Nursery
Udyogi Nursery

ନାମଯଜ୍ଞରେ ପ୍ରସିଦ୍ଧ ଦଳ ଓ ସଂକୀର୍ତ୍ତନ ଗୁରୁ ମାନଙ୍କ ମଧ୍ୟରେ ବରଗଡର ସୁଧର୍ମା ଦାସ, କଳାହାଣ୍ଡି ଜିଲ୍ଲା ଟୁର୍ଚ୍ଚିର ସଞ୍ଜୟ ସାହୁ, ବଲାଙ୍ଗୀର ଧବଲପୁରର ଡୋଳାମଣି ମହାରଣା,ଛତିସଗଡ ରାଜ୍ୟ ଛୋରିଆଗଡର ଅଜିତ ପଟ୍ଟନାୟକ, ଓ ତିନିଗୋଟି ମହିଳା ସଂକୀର୍ତ୍ତନ ମଣ୍ଡଳୀ, ବରଗଡ ଜିଲ୍ଲା ତାମିମୁଣ୍ଡାର ସୈରେନ୍ଦ୍ରୀ ଜାଲ, ବଲାଙ୍ଗୀର ଜିଲ୍ଲା ଚନ୍ଦନଭାଟିର ସୁନୀତା ସାହୁ, ଏବଂ ନବରଙ୍ଗପୁର ଜିଲ୍ଲା ପୁଝାରୀଗୁଡାର ଲଳିତା ସାହୁ ଏବଂ ଆୟୋଜକ ଘଣ୍ଟମାଳ ମନୋଜ କୁମାର ସା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ନାମଯଜ୍ଞ ରେ ନିଳାନ୍ଦ୍ରୀ ସା ଓ ଅଶୋକ ସା ଦମ୍ପତି କର୍ତ୍ତା ଭାବରେ ଦାୟୀତ୍ବ ନିର୍ବହନ କରିଥିବା ବେଳେ ପୂଜକ ପଣ୍ତିତ ଭାବରେ ବାଳମୁକୁନ୍ଦ ବଡ ପଣ୍ଡା ଦାଇତ୍ୱ ନିର୍ବହାନ କରିଥିଲେ। ଦୁଇଦିନ ଧରି ଅନବରତ ଯଜ୍ଞ ଚାଲିଥିଲା। ଘଣ୍ଟମାଳ ୧୬ ପ୍ରହର ନାମଯଜ୍ଞ ସମସ୍ତଙ୍କ ସହଯୋଗରେ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଥିବାରୁ ପରିଚାଳନା କମିଟିର ସଭାପତି ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଓ କାର୍ଯ୍ୟକାରୀ ସଭାପତି ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା ଅଞ୍ଚଳବାସୀ ଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.