କସ୍ତୁରବା ସେବିକା ମହାବିଦ୍ୟାଳୟରେ ବିଶ୍ଵ ନାରୀ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): କସ୍ତୁରବା ସେବିକା ମହାବିଦ୍ୟାଳୟରେ ବିଶ୍ଵ ନାରୀ ଦିବସ ପାଳନ ହୋଇଯାଇଛି। ଏହି ଦିବସର ମୁଖ୍ୟ ବିଷୟ ଥିଲା “Rights, equality& empowerment”। ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ଏହି ନାରୀ ଦିବସ ଉପଲକ୍ଷେ ଏମକେସିଜି ମେଡିକାଲର ମହିଳା ଅସ୍ତ୍ରୋପଚାର ବିଭାଗରେ ଏକ ନାଟକ ପରିବେଷଣ କରିଥିଲେ। ଏହି ନାଟକ ମାଧ୍ୟମରେ କିପରି ନାରୀମାନେ ଏହି ସମାଜରେ ସମାନ ଅଧିକାର ପାଇପାରିବେ ତାହା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଦିବସରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ଶତପଥୀ, ନିର୍ଦ୍ଦେଶକ ଇଂ. ସୁମନ କୁମାର ସେନାପତି ପରିଚାଳନା ସମ୍ପାଦକ ଡ଼ଃ ଯଜ୍ଞ ନାରାୟଣ ଦାସ ଓ ଅନ୍ୟ ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ଉପସ୍ଥିତ ଥିଲେ। ବିଶ୍ଵ ନାରୀ ଦିବସ ଅତି ଶୃଙ୍ଖଳିତ ଏବଂ ନିରଳ ଭାବରେ ପରିଚାଳିତ ହୋଇ ଶେଷ ହୋଇଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.