ମା’ ସର୍ବମଙ୍ଗଳା ଘାଟିମୁଣ୍ଡିଆଣୀଙ୍କ ମନ୍ଦିରର ରତ୍ନମୂଦ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଗୋତମୁଣ୍ଡା ଗ୍ରାମରେ ନୂତନ ଭାବେ ନିର୍ମାଣ ହୋଇଥିବା ମା’ ସର୍ବମଙ୍ଗଳା ଘାଟିମୁଣ୍ଡିଆଣୀ ଦେବୀଙ୍କ ମନ୍ଦିରର ରତ୍ନମୂଦ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଛି। ଏହିକ୍ରମରେ ଅଠରନଳା ଘାଟି ନିକଟରେ ଥିବା ମା’ଙ୍କ ଅନ୍ୟ ଏକ ମନ୍ଦିର ନିକଟରେ ଥିବା ସାହାଜଖୋଲ ଜଙ୍ଗଳରୁ ପୂଜାପାଠ ପରେ ସାହାଡ଼ା ବୃକ୍ଷ ଅଣାଯାଇ ବରଣ କରାଯାଇଥିଲା। ଏହାପରେ ନୂତନ ମନ୍ଦିର ନିକଟରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। କର୍ତ୍ତା ଭାବରେ ରୋମାଞ୍ଚଳ ପୁଝାରୀ ଓ ତାଙ୍କ ଧର୍ମପତ୍ନୀ ମଣି ପୁଝାରୀ ଦାୟିତ୍ଵ ନିର୍ବାହ କରିଥିବାବେଳେ ପଣ୍ଡିତ ଫକିର ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଗ୍ରାମର ଶହ ଶହ ମହିଳା ଓ ପୁରୁଷ ମାନେ ଧାନ ଓ ଅନ୍ୟାନ୍ୟ ବ୍ୟବହାର ଉପଯୋଗୀ ଦ୍ରବ୍ୟଧରି ଶୁଦ୍ଧପୂତ ଭାବରେ ମଣ୍ଡପର କୁମ୍ଭକୁ ଯାଇ ରତ୍ନମୂଦ କାର୍ଯ୍ୟରେ ସାମିଲ ହୋଇଥିଲେ। ଏହି କ୍ରମରେ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ କମିଟି ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଥିଲା। ଏବଂ ସମସ୍ତଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିଲା। ରତ୍ନମୂଦ ଉତ୍ସବରେ କୋକସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବେହେରା ସରପଞ୍ଚ କୁମୁଦିନୀ ଗଇନ୍ତା, ନରେନ୍ଦ୍ର ବିଷି, ମଣ୍ଟୁ ଅଗ୍ରୱାଲ, ଘନ ପଟେଲ, ମଣି ନାୟକ, ପ୍ରଶାନ୍ତ ତିୱାରୀ, ଧର୍ମଗଡ ପୂର୍ବତନ ବ୍ଳକ ଅଧ୍ୟକ୍ଷ ବଲରାମ ପୁଝାରୀ, ଭବେଶ ଗଇନ୍ତା ପ୍ରମୁଖ ଯୋଗଦେଇଥିଲେ। କମିଟି ସଭାପତି ହେମନ୍ତ ମାଝୀ, ପାର୍ଥବ ମାଝୀ, ଯଦୁମଣି ଦୁର୍ଗା, ନିରଞ୍ଜନ ବାଗ, ଘାଟିମୁଣ୍ଡିଆଣୀ ଦେବୀଙ୍କ ପୁଜକ ମନୋହର ପୁଝାରୀ, ଗଣନାଥ ପୁଝାରୀ, ସୁକାନ୍ତ ମହାରଣା, ହିରୋ ହଂସ, ଉପେନ୍ଦ୍ର ବାଗ, ହିମାଞ୍ଚଳ ପୁଝାରୀ, ବଳିୟାର ମରେଇ, ରତନ ମାଝୀ, ବିଦ୍ୟାଧର ଖର୍ସେଲ ସମେତ ଗ୍ରାମବାସୀ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.