କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ସାହିତ୍ୟୋତ୍ସବର ଚତୁର୍ଥ ଦିବସ

ସାହିତ୍ୟ ଏବଂ ଆଇନ ମଧ୍ୟରେ ଗଭୀର ସମ୍ପର୍କ ରହିଛି -ଜଷ୍ଟିସ୍ ଦୀପକ ମିଶ୍ର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ (ରଜତ ବଂଶଳ): ନୂଆଦିଲ୍ଲୀର ରବୀନ୍ଦ୍ର ଭବନ ପରିସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ଏସିଆର ସର୍ବବୃହତ ସାହିତ୍ୟ ମହୋତ୍ସବର ଚତୁର୍ଥ ଦିନରେ ୨୨ଟି କାର୍ଯ୍ୟକ୍ରମରେ ବିଭିନ୍ନ ଭାରତୀୟ ଭାଷାର ୧୪୦ରୁ ଅଧିକ ଲେଖକ ଅଂଶଗ୍ରହଣ କରିଥିଲେ। ପାଞ୍ଚଟି ବହୁଭାଷୀ କବି ସମ୍ମିଳନୀ, ଚାରିଟି ଗଳ୍ପ ସମ୍ମିଳନୀ ସହିତ ସ୍ୱାଧୀନତା ପୂର୍ବ ଭାରତୀୟ ସାହିତ୍ୟରେ ‘ରାଷ୍ଟ୍ର’ର ଧାରଣା, କମିକ୍ସ ସାହିତ୍ୟ କି, ଭାରତୀୟ ସମାଜରେ ପରିବର୍ତ୍ତନର ପ୍ରତିଫଳନ ଭାବରେ ମଂଚ ନାଟକ, ସାଂସ୍କୃତିକ ରୂପରେ ବିଭିନ୍ନ ଭାଷାରେ ସାହିତ୍ୟ କୃତି ଅନୁବାଦ କରିବାରେ ଆହ୍ବାନ, ପ୍ରବାସୀ ସାହିତ୍ୟରେ ମାତୃଭୂମି ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା।

ଆଜିର ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର “ସାହିତ୍ୟ ଏବଂ ସାମାଜିକ ନ୍ୟାୟ” ରେ ଅଧ୍ୟକ୍ଷତା କରିଥିଲେ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର। ଏହି ଆଲୋଚନାରେ ଏ.ପି. ମାହେଶ୍ୱରୀ, ମୁକୁଲ କୁମାର ଏବଂ ଅଶ୍ୱିନୀ କୁମାର ଅଂଶଗ୍ରହଣ କରିଥିଲେ। ସଭାପତିତ୍ୱ ଭାଷଣରେ ଜଷ୍ଟିସ୍ ଦୀପକ ମିଶ୍ର କହିଥିଲେ ଯେ ସାହିତ୍ୟ ଏବଂ ଆଇନ ପରସ୍ପର ସହିତ ଗଭୀର ଭାବରେ ଜଡିତ। ସାମାଜିକ ନ୍ୟାୟ ସହିତ ସାହିତ୍ୟର ଏକ ସୁଖଦ, ମର୍ଯ୍ୟାଦାପୂର୍ଣ୍ଣ ଏବଂ ପ୍ରଭାବଶାଳୀ ସମ୍ପର୍କ ରହିଛି।

ସାହିତ୍ୟର ଅନେକ ବିଭାଗ ଥିବା ପରି ସାମାଜିକ ନ୍ୟାୟର ଧାରଣାରେ ସମାନତା, ସହାନୁଭୂତି, ପାରସ୍ପରିକ ସମ୍ମାନ, ସମୋବଶୀ ଭାବ, ମାନବବାଦ ଏବଂ ମାନବାଧିକାରର ମୂଲ୍ୟ ଇତ୍ୟାଦି ଅନେକ ଦିଗ ଅନ୍ତର୍ଭୁକ୍ତ। ସେ ରୋସ୍କୋ ପାଉଣ୍ଡଙ୍କ କଥା ଉଦ୍ଧୃତ କରି କହିଥିଲେ ଯେ ଆଇନ ସ୍ଥିର ହେବା ଉଚିତ କିନ୍ତୁ ସ୍ଥିର ରହିବା ଉଚିତ୍ ନୁହେଁ। ସେହିପରି, ସାହିତ୍ୟକୁ କୌଣସି ପ୍ରକାରର କାଳକ୍ରମରେ ଆବଦ୍ଧ କରାଯିବା ଉଚିତ୍ ନୁହେଁ।

ସେ କହିଥିଲେ ଯେ ସମାଜରେ ନ୍ୟାୟ ପ୍ରତିଷ୍ଠା କେବଳ କୋର୍ଟ ମଧ୍ୟରେ ସୀମିତ ହେବା ଉଚିତ୍ ନୁହେଁ, ବରଂ ସାହିତ୍ୟ ମାଧ୍ୟମରେ ସମାଜର ପ୍ରତ୍ୟେକ ବର୍ଗର ସ୍ୱରକୁ ପ୍ରମୁଖ ଭାବରେ ଉପସ୍ଥାପନ କରିବା ମଧ୍ୟ ଆବଶ୍ୟକ। ନ୍ୟାୟର ପରିଭାଷା ସେତେବେଳେ ଅର୍ଥପୂର୍ଣ୍ଣ ହେବ ଯେତେବେଳେ ସମାଜର ଶେଷ ବ୍ୟକ୍ତି ମଧ୍ୟ ତାଙ୍କ ଅଧିକାର ପାଇବ। ସାହିତ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ।

ଆଜି ଆରମ୍ଭ ହୋଇଥିବ ଅନ୍ୟ ଏକ ସଂପାନର ଶୀର୍ଷକ ‘ଭାରତୀୟ ସାହିତ୍ୟିକ ପରମ୍ପରା: ଐତିହ୍ୟ ଏବଂ ବିକାଶ’। ଏଥିରେ ପ୍ରସିଦ୍ଧ ବଙ୍ଗଳା ବିଦ୍ୱାନ ଏବଂ ଅନୁବାଦକ ସୁକାନ୍ତ ଚୌଧୁରୀ ଉଦଘାଟନୀ ଭାଷଣ ଏବଂ ବିଶିଷ୍ଟ ଇଂରାଜୀ ଲେଖକ ପରାଞ୍ଜପେ ମୂଳ ଭାଷଣ ପ୍ରଦାନ କରିଥିଳେ। ପ୍ରାରମ୍ଭରେ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ସ୍ୱାଗତ ପ୍ରଦାନ କରିଥିଲେ। ମକରନ୍ଦ ପରାଞ୍ଜପେ ମୁଖ୍ୟ ଭାଷଣରେ ଭାରତୀୟ ନବଜାଗରଣର ଧାରଣା ଉପରେ ବକ୍ତବ୍ୟ ରଖିଥିଲେ। ସେ ଆଧୁନିକ ଭାରତରେ ସାହିତ୍ୟ ସଂସ୍କୃତିର ସମୃଦ୍ଧି ପ୍ରତି ଅନେକ ବିପଦ ଉପରେ ଆଲୋକପାତ କରିଥିଲେ।

ସେ କହିଥିଲେ ଯେ ଅତୀତର ମହିମାକୁ ଅତିକ୍ରମ କରି ନୂତନ ସୃଷ୍ଟି ଏବଂ ବିକାଶ ଆଡକୁ ଯିବାର ଆବଶ୍ୟକତା ରହିଛି ଯାହା ଦ୍ଵାରା ସାହିତ୍ୟ ବର୍ତ୍ତମାନର ବିଭିନ୍ନ ଆହ୍ବାନର ସମ୍ମୁଖୀନ ହୋଇପାରିବ। ଏକାଡେମୀର ସଭାପତି ମାଧବ କୌଶିକ ସଭାପତିତ୍ୱ ଭାଷଣରେ କହିଥିଲେ ଯେ ଭାରତୀୟ ସାହିତ୍ୟ ସହାନୁଭୂତି ଏବଂ ମାନବିକତା ଉପରେ ପ୍ରତିଷ୍ଠିତ।


ସଂପାନର ଅନ୍ୟାନ୍ୟ ଅଧିବେଶନରେ ଭାରତୀୟ ନାଟକ: ଉତ୍କର୍ଷତାର ପରିଭାଷା, ପ୍ରାଚୀନ ଭାରତୀୟ ସାହିତ୍ୟ ଏବଂ ଅନୁବାଦ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଜି ସାହିତ୍ୟୋତ୍ସବରେ ବଳଦେବ ଭାଇ ଶର୍ମା, ମମତା କାଲିଆ, ମୃଦୁଳା ଗର୍ଗ, ଆତ୍ମଜିତ୍, ଚନ୍ଦ୍ରଶେଖର କମ୍ବର, ଅର୍ଜୁନ ଦେବ ଚରଣ, ଏ. କୃଷ୍ଣରାଓ, ସୁମନ୍ୟୁ ସତପଥୀ, ବୁଦ୍ଧିନାଥ ମିଶ୍ର ପ୍ରମୁଖ ବିଶିଷ୍ଟ ଲେଖକ ଏବଂ ବିଦ୍ୱାନ ଯୋଗ ଦେଇଥିଲେ। ଆଳାପ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଏବଂ ବିଦ୍ୱାନମାନେ ଅହମିଆ, ହିନ୍ଦୀ, ଗୁଜରାଟୀ, ମାଲୟଲମ ଏବଂ ତାମିଲ ଭାଷାରେ ୨୦୨୪ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିବା ଲେଖକଙ୍କ ସହ ଭାବ ବିନିମୟ କରିଥିଲେ। ଆଜି ସାଂସ୍କୃତିକ କାର୍ଯ୍ୟକ୍ରମରେ ଫୌଜିଆ ଦାସ୍ତାନଗୋ ଏବଂ ରିତେଶ ଯାଦବଙ୍କ ଦ୍ୱାରା ଦାସ୍ତାନ-ଏ-ମହାଭାରତ ପରିବେଷଣ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.