ରାଧାକୃଷ୍ଣଙ୍କ ଦର୍ଶନ କରି ଆଶିଷ ଭିକ୍ଷା କଲେ ନର୍ଲା ବ୍ଲକ ଅଧ୍ୟକ୍ଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରେଖପୁରଠାରେ ମହାସମାରୋହରେ ଚାଲିଛି ନବ ନିର୍ମିତ ରାଧାକୃଷ୍ଣ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ। କାର୍ଯ୍ୟକ୍ରମର ପଞ୍ଚମ ଦିବସରେ ରାଧାକୃଷ୍ଣଙ୍କ ଗ୍ରାମ୍ୟ ପରିକ୍ରମା, ଚକ୍ର ଭ୍ରମଣ ସହ ଧ୍ବଜା ସ୍ଥାପନ ଓ ବିଗ୍ରହଙ୍କ ସିଂହାସନ ଆରୋହଣ, ଅଞ୍ଚଳ ପ୍ରତିଷ୍ଠା, ଘୃତ ଯଜ୍ଞର ପୂର୍ଣ୍ଣାହୁତି ଏବଂ ୨୪ ପ୍ରହର ନାମ ଯଜ୍ଞ ପାଇଁ ଶୁଭାଧିବାସ ଆଦି ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମଙ୍ଗଳବାର ରାତିରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଏହି ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ଯୋଗଦେଇ ରାଧାକୃଷ୍ଣଙ୍କ ଦର୍ଶନ ସହ ଆଶିଷ ଭିକ୍ଷା କରିଛନ୍ତି। ପରମ ଆରାଧ୍ୟା ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କ ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ ସହ ବିଗ୍ରହ ପ୍ରତିଷ୍ଠା କରିଥିବାରୁ ରେଖପୁର ଗ୍ରାମବାସୀଙ୍କୁ ସେ ସାଧୁବାଦ ଅର୍ପଣ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.