ଆମପାଣି ପଞ୍ଚାୟତକୁ ବ୍ଳକ ଘୋଷଣା ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଆମପାଣି ଗ୍ରାମ ପଞ୍ଚାୟତକୁ ନୂତନ ବ୍ଳକ ପାଇଁ ଦାବି ଯୋର ଧରିଛି। ଆମପାଣି ପଞ୍ଚାୟତରେ ବ୍ଳକ ଗଠନ ପାଇଁ ସବୁ ପ୍ରକାର ଭିତ୍ତିଭୂମି ରହିଥିବାରୁ ଆମପାଣି ନଂ-୧ ଜିଲ୍ଲା ପରିଷଦ ଜୋନର ୮ ଗୋଟି ପଞ୍ଚାୟତ ସହ ଜୟପାଟଣା ବ୍ଳକର ବଡପୁଝାରୀଗୁଡା ଓ ଉଚ୍ଛୁଲା ଗ୍ରାମ ପଞ୍ଚାୟତ ନୂତନ ବ୍ଳକ ପାଇଁ ଦାବୀ କରି ଆସୁଛନ୍ତି। ଏହି କ୍ରମରେ ବୁଧବାର ବ୍ଳକ ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚୀନ ପ୍ରକାଶଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ନାଏବ ସରପଞ୍ଚ ଧନୁ ଦୁର୍ଗା, ପୂର୍ବତନ ଆମପାଣି ସରପଞ୍ଚ ଟିକିଚନ୍ଦ୍ର ଧଙ୍ଗଡାମାଝୀ, ବିଘ୍ନେଶ୍ୱର ନାଏକ, କାଉଡୋଲା ସରପଞ୍ଚ ଦେବୀ ସିଂ ତାଣ୍ଡି , ତାପସ ରଞ୍ଜନ ରାୟ, ଧର୍ମାନନ୍ଦ ନାଏକ, ଭଜମନ ନାଏକ, କୁମୁଦ ପୁଝାରୀ, ବିଜୟ କୁମାର ପଣ୍ଡା, ସୁରେଶ ସାହୁ, ନାଗେଶ୍ବର ରାଓ, ରାଜୁ ପଟେଲ, ବିନୋଦ ସିଂ, ପ୍ରଶାନ୍ତ ମୁନି, ଦୟାନିଧି ନାଏକ, କେଶବ ବେଣୁପାଣି, ଭବାନୀ ଶଙ୍କର ପୁରୋହିତ, କୃଷ୍ଣଚନ୍ଦ୍ର ନାଏକ, କୁମୁଦ ସେଠୀ ସମେତ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.