ଅଲେଖ ମହିମା ଧ୍ବନିରେ ପ୍ରକମ୍ପିତ ହେଉଛି ଟୋଲବ୍ରାହ୍ମଣୀ

ସିଦ୍ଧ ରତ୍ନକୁଟିରରେ ଚାଲିଛି ୬୭ତମ ବିଶ୍ବ ଶାନ୍ତି ବ୍ରହ୍ମଯଜ୍ଞ ବାଲ୍ୟଲିଳା ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଟୋଲବ୍ରାହ୍ମଣୀ ସ୍ଥିତ ସିଦ୍ଧ ରତ୍ନକୁଟିର ମହିମା ଆଶ୍ରମ ଟୋଲବ୍ରାହ୍ମଣୀରେ ଚାଲିଛି ୬୭ତମ ବିଶ୍ବ ଶାନ୍ତି ବ୍ରହ୍ମଯଜ୍ଞ ବାଲ୍ୟଲିଳା ମହୋତ୍ସବ-୨୦୨୫। ଅଲେଖ ମହିମା ଧ୍ବନିରେ ପ୍ରକମ୍ପିତ ହୋଇ ଉଠୁଛି ନର୍ଲା ବ୍ଲକର ଟୋଲବ୍ରାହ୍ମଣୀ ଗ୍ରାମ‌। ବ୍ରହ୍ମ ଯଜ୍ଞ ପାଇଁ ସୋମବାର ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ପ୍ରାତଃ ବ୍ରହ୍ମ ମୁହୁର୍ତ୍ତରେ ଅଖଣ୍ଡ ବତୀ ପ୍ରଜ୍ଜ୍ୱଳନ ଓ ଧୂନି ସ୍ଥାପନ ସହ ବ୍ରହ୍ମନାମ ଆରମ୍ଭ ହୋଇଛି। ମଙ୍ଗଳବାର, ବୁଧବାର ଓ ଗୁରୁବାର ତିନି ଦିନ ଧରି ବ୍ରହ୍ମ ଯଜ୍ଞ ସହ ଭଜନ, କିର୍ତ୍ତନ, ପ୍ରବଚନ, ବ୍ରହ୍ମନାମ, ଅବକାଶ ଜଣାଣ, ଆଠ ଭଜନ, ନାଟକ ଆଦି ଆୟୋଜିତ ହୋଇ ଶୁକ୍ରବାର ଦିନ ପୂର୍ଣ୍ଣାହୁତି ସହ କାର୍ଯ୍ୟକ୍ରମର ସମାପନ ହେବ ବୋଲି ସିଦ୍ଧ ରତ୍ନକୁଟିର ମହିମା ଆଶ୍ରମ ଚେରିଟେବୁଲ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସୂଚନା ରହିଛି। ମହିମା ସମାଜ ପଶ୍ଚିମାଞ୍ଚଳ ଲତା ଆଶ୍ରମ ପରିଚାଳନା ସମିତି ଯୋରନ୍ଦାର ସଭାପତି ତଥା ସିଦ୍ଧ ରତ୍ନକୁଟିର ଟୋଲବ୍ରାହ୍ମଣୀର ମଠାଧିଶ ବ୍ରହ୍ମ ଅବଧୂତ ଭଗବାନ ବାବା ଏହି ବ୍ରହ୍ମଯଜ୍ଞର ଯାଜ୍ଞିକ ଥିବାବେଳେ ଅନେକ ସାଧୁସନ୍ଥ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। ସେହିପରି ଭାବେ ବୈଦ୍ୟରାଜ ପବିତ୍ର ଶବର, ପଦ୍ମା ଶବର ଓ ପୁଷ୍ପା ଶବର ଯଜ୍ଞ କର୍ତ୍ତା ଦାଇତ୍ବ ନିର୍ବାହ କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ ଅଞ୍ଚଳର ଭକ୍ତବୃନ୍ଦ ଓ ଗ୍ରାମବାସୀମାନେ ସହଯୋଗ କରୁଥିବାବେଳେ ପଶ୍ଚିମାଞ୍ଚଳର ଅନେକ ସିଦ୍ଧ ବାବା, ସାଧୁ, ମହିମା ଧର୍ମାବଳମ୍ବୀଙ୍କ ସମେତ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। କାର୍ଯ୍ୟକ୍ରମ ପରିଚାଳନାରେ ଚନ୍ଦ୍ରଶେଖର ଶବର, ଭାସ୍କର ଭୋଇ, ବୈକୁଣ୍ଠ ଶବର, ଲିଙ୍ଗରାଜ ଶବର, ଭାସ୍କର ସୁନା, ଶେଷଦେବ ମାଝୀ, ନରେନ୍ଦ୍ର ଶବର, ଯୁବରାଜ ଭୋଇଙ୍କ ସମେତ ସିଦ୍ଧ ରତ୍ନ କୁଟିର ମହିମା ଆଶ୍ରମ ଚେରିଟେବୁଲ ଟ୍ରଷ୍ଟ କାର୍ଯ୍ୟକର୍ତ୍ତା ଏବଂ ସମସ୍ତ ସଦସ୍ୟ ବୃନ୍ଦ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.