ଲଛିପୁର ମର୍ଡର ଘଟଣା ର ପର୍ଦ୍ଦାଫାଶ କଲା ସୋନପୁର ପୋଲିସ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ସ୍ଥିତ ଲଛିପୁର ଥାନା ଲୁପୁରସିଂହା ହତ୍ୟା ଘଟଣା ର ସୋନପୁର ପୋଲିସ ପର୍ଦ୍ଦାଫାଶ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ତା ସହ ଟାଙ୍ଗିଆ ଓ ବାଉଁଶ ବାଡ଼ି ଜବତ କରିଛି ପୋଲିସ। ଏ ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ। ପୂର୍ବ ଶତ୍ରୁତାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ। ସୂଚନା ଅନୁସାରେ ଅଭିଯୁକ୍ତ ଓ ମୃତକ ଜଣେ ମାଲିକଙ୍କ ଜମିକୁ ଭାଗ ଚାଷ କରୁଥିଲେ। ତେବେ ଉଭୟେ ସମସ୍ତ ଜମିକୁ ଏକା ଚାଷ କରିବାକୁ ଚାହୁଁଥିବା ବିଭିନ୍ନ ସମୟରେ ଉଭୟ ପରିବାର ମଧ୍ୟରେ ଝଗଡ଼ା ଲାଗିଥିଲା । ଗତ ସୋମବାର ସନ୍ଧ୍ୟା ସମୟରେ ପାଣି ମଡ଼ାକୁ ନେଇ ପୁଣି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ବେଳେ ଅଭିଯୁକ୍ତ ମାନେ ପୁଅ ଓ ଝିଅ ଙ୍କ ଆଖି ସାମନାରେ କାର୍ତ୍ତିକ ଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ ସୂଚନା ଦେଇଛନ୍ତି । ଏହି ଘଟଣାର ତଦନ୍ତ କରି ଲଛିପୁର ପୋଲିସ ଅଭିଯୁକ୍ତ ଦଇତାରୀ ପଧାନ ଓ ଶୁକୃ ଭୁଏ ଙ୍କୁ ଲଛିପୁର ଥାନା କେସ ନଂ 21/11.3.2025 ରେ U/s -103(1)/126(2)/115(2) 296/109(1)3(5) BNS/3(1)(r)(s)/3(2)(VA) Sc/Stay (POA) Act ରେ ଗିରଫ କରିଥିବାବେଳେ ଅଭିଯୁକ୍ତ ରାମ ଭୁଏ ଫେରାର ଥିବା ସୂଚନା ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.