ବେଆଇନ ଗଞ୍ଜେଇ ଚାଲାଣ; ହୋମଗାର୍ଡଙ୍କ ସହ ଅନ୍ୟ ଜଣେ ଗିରଫ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସ୍କୁଟିରେ ଗଞ୍ଜେଇ ନେଇ ଯାଉଥିବା ସମୟରେ ପୋଲିସ ହାବୁଡ଼ରେ ପୋଲିସ ହୋମଗାର୍ଡ ସହ ଆଉ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି ବିନିକା ପୋଲିସ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ସ୍କୁଟିରେ ଦୁଇଜଣ ଯୁବକ ଯାଉଥିବା ସମୟରେ ପାପକ୍ଷୟ ରାସ୍ତାର ବିଦ୍ୟୁତ ଗ୍ରିଡ ନିକଟରେ ଅଟକାଇଥିଲେ। ପୋଲିସ ସ୍କୁଟି ନଂ OD-31-G-6723 ଅଟକାଇବା ସହ ଯାଞ୍ଚ କରିବାରୁ ସ୍କୁଟିରୁ ୭ କେଜି ୬୫୦ ଗ୍ରାମ ଗଞ୍ଜେଇ ବାହାରିବା ପରେ ଗଞ୍ଜେଇ ଜବତ କରିବା ସହିତ ଦୁଇଜଣ ଯୁବକକୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଧଉରାଖମନ୍ ଗ୍ରାମର ନିତ୍ୟାନନ୍ଦ ଷାଣ୍ଡ ହୋଇଥିବା ବେଳେ ଅନ୍ୟ ବ୍ୟକ୍ତି ଜଣକ ହେଉଛନ୍ତି ପ୍ରଶାନ୍ତ ଷାଣ୍ଢ ଯିଏକି ସୋନପୁର ପୋଲିସ ରେ ହୋମଗାର୍ଡ ଭାବରେ କାମ କରୁଛନ୍ତି। ଏ ନେଇ ବିନିକା ଥାନାରେ କେସ ନମ୍ୱର ୩୮/୨୦୨୫ରେ ଏକ ମାମଲା ରୁଜୁ କରି ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.